ମହିଳାଙ୍କ ପାଇଁ ଯୋଜନା । ଆବେଦନ କରୁଛନ୍ତି ପୁରୁଷ । ପୁଅ କହୁଛନ୍ତି ଆମକୁ ଦିଅ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାକୁ ନେଇ ଏମିତି ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ମହିଳାଙ୍କ ପାଇଁ ହୋଇଥିବା ଏହି ସ୍କିମରେ ଆବେଦନ କରିଛନ୍ତି ପୁରୁଷ । ରାଜ୍ୟର ୧୫୭ ଜଣ ପୁରୁଷ ସୁଭଦ୍ରା ପୋର୍ଟାଲରେ ଆବେଦନ କରିଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି । ପ୍ରଭାତୀ କହିଛନ୍ତି, ୧୫୭ ଜଣ ପୁରୁଷ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ସେମାନଙ୍କୁ ଏଥିରୁ ବାଦ ଦିଆଯାଇଛି । ମୁଁ ଭାବି ପାରୁନାହିଁ, ପୁରୁଷମାନେ କାହିଁକି ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି । ଆଧାର କାର୍ଡର ବ୍ୟାଙ୍କ ଲିଙ୍କ୍ ଡାଟା ଆସିବା ପରେ ୧୫୭ ଜଣ ପୁରୁଷ ଥିବା ଜଣା ପଡ଼ିଥିଲା ବୋଲି ସେ କହିଛନ୍ତି ।
Published By: Santosh Kumar Sahoo
Last updated: 23 January 2025, 08:44 PM IST
ମୋଟିଭେସନାଲ୍ ସ୍ପିକର ଅକ୍ଷତ ଗୁପ୍ତା କହିଛନ୍ତି, କେଉଁଠି ଲେଖାଯାଇଛି ଇଂରାଜୀ ଶିଖିବା ପାଇଁ ଏ ଫର୍ ଆପ୍ଲ, ବି ଫର୍ ବଲ୍, ସି ଫର୍ କେଟ ଓ ଡି ଫର୍ ଡଗ୍ ଶିଖିବାକୁ ପଡ଼ିବ। କାହିଁକି ଏ ଫର୍ ଅଗ୍ନି ଶିଖାଯାଉନି? ଏ ଫର ଅମ୍ୱା, ଅମ୍ୱିକା ଓ ଅମ୍ୱଳିକା କାହିଁକି ଶିଖାଯାଉନି?