Advertisment

କଟକ ଜନନୀ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସାର ଖୋଳତାଡ଼

ଚିକିତ୍ସା ଅବହେଳା ଓ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଘଟଣାରେ ଖୋଳତାଡ଼ । ଆଜି କଟକ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଦୁଇ ଜଣିଆ ଟିମ ହସ୍ପିଟାଲରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିଛନ୍ତି ।

author-image
Santosh Kumar Sahoo

କଟକର ଜନନୀ ହସ୍ପିଟାଲରେ ମହିଳାଙ୍କ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଘଟଣାକୁ ୫ ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ବିଦ୍ଧିବଦ୍ଧ ଭାବେ ତଦନ୍ତ ଆରମ୍ଭ ହୋଇ ପାରିଲାନାହିଁ। ଯାଞ୍ଚ ନାଁରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଦୁଇ ଅଧିକାରୀ ହସ୍ପିଟାଲରେ ପହଁଚି କାଗଜପତ୍ର ଦେଖିଛନ୍ତି । କିନ୍ତୁ ଯାଞ୍ଚରୁ ବିଶେଷ କିଛି ତଥ୍ୟ ସାମନାକୁ ଆସିପାରି ନାହିଁ । ତେବେ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ ଗଠିତ ହେବ ଏବଂ ସେହି ଟିମର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ଏପଟେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଅଭିଯୋଗ ମିଛ ବୋଲି ହସ୍ପିଟାଲ ମାଲିକ କହୁଥିବା ବେଳେ ଅବହେଳା ପ୍ରମାଣିତ ହେଲେ ଅପରାଧିକ ମାମଲା ରୁଜୁ ହେବ ବୋଲି ଚେତାବନୀ ଦେଇଛନ୍ତି କଟକ ଜିଲ୍ଲାପାଳ।

Advertisment
Cuttack
Advertisment
Advertisment