ନିଆଁ ଆଁରେ ଚନ୍ଦକା ଅଭୟାରଣ୍ୟ । କାଲି ଗୋଡ଼ିବାରୀ ଜଳୁଥିଲା, ଆଉ ଆଜି ଝୁମ୍କା । ଯୁଆଡ଼େ ଅନେଇଲେ, ନିଆଁ ଆଉ ଧୂଆଁ । ଜୀବଜନ୍ତୁ ଅସ୍ତବ୍ୟସ୍ତ, ମଣିଷ ନୟାନ୍ତ । ହୁତ୍ ହୁତ୍ ହୋଇ ଜଳୁଛି ବାଉଁଶ ବଣ। ଚାରିଆଡ଼େ ଧଳା ପାଉଁଶର ଆସ୍ତରଣ । ପାହାଡ଼ ଓ ଜଙ୍ଗଲ ଉପର ଆକାଶରେ ଧୂଆଁର ଚାଦର । କେବଳ ମଝିରେ ମଝିରେ ଶୁଭୁଛି ନିଆଁ ଝାସରେ କଲବଲ ହେଉଥିବା ପକ୍ଷୀର କିଚିରି ମିଚିରି ଓ ଜୀବଜନ୍ତୁଙ୍କ ଆର୍ତ୍ତ ଚିତ୍କାର । ସ୍ଥାନୀୟ ଲୋକଙ୍କ କହିବା କଥା, ଜଙ୍ଗଲରେ ନିଆଁର ପ୍ରକୋପ ଏତେ ଅଧିକ ଯେ କେବଳ ଜୀବଜନ୍ତୁ ନୁହନ୍ତି, ଜଙ୍ଗଲ ପାଖ ଗାଁରେ ରହିବା ବି ସମ୍ଭବ ହେଉନି । ଦେହ ହାତ ସିଝି ଯାଉଛି । ଏପଟେ ବନ ବିଭାଗ କର୍ମଚାରୀଙ୍କ କହିବା କଥା, ବନାଗ୍ନି ଖବର ପାଇବା ପରଠୁ ସେମାନେ ନିଆଁ ଲିଭା କାମରେ ଲାଗିଛନ୍ତି । ହେଲେ ବୋଲ ମାନୁନି ନିଆଁ ।
Published By: Satyendu Shekher Mishra
Last updated: 23 April 2024, 10:48 PM IST
ଲୋଭ ହେଲା କାଳ । ରାତାରାତି କୋଟିପତି ହେବାର ନିଶା ଲୋକଙ୍କୁ ସର୍ବସ୍ୱାନ୍ତ କରିଦେଇଛି । ସମ୍ବଲପୁର ଜିଲ୍ଲାରେ ଅଧିକ ସୁଧ ଲୋଭରେ ଠକେଇର ଶିକାର ହୋଇଛନ୍ତି ଶତାଧିକ ଲୋକେ ।