Marathon Raid in Several Mines
ବିଧାୟକଙ୍କ ଅଭିଯୋଗ ପରେ ଆକ୍ସନ ମୋଡରେ ଖଣି ବିଭାଗ । ଆରମ୍ଭ ହେଲା ଖୋଳତାଡ଼ । ଯାଜପୁରର ଖଣି, ଖାଦାନ ଉପରେ ମାରାଥନ ରେଡ୍ । ଧର୍ମଶାଳାର ଡଙ୍କାରୀ, ଚଢେଇଧରା, ଲୁଣିବର ଖଣି ଅଞ୍ଚଳରେ ଆଜି ଚଢାଉ କରିଛି ଖଣି ବିଭାଗର ଏକ ସ୍ୱତନ୍ତ୍ର ଟିମ୍ । ବିଧାୟକଙ୍କ ଅଭିଯୋଗ ଅନୁସାରେ- ସଂପୃକ୍ତ ଅଞ୍ଚଳରେ କେତୋଟି ବେଆଇନ ଖଣି ଚାଲିଛି, ଲିଜ୍ପ୍ରାପ୍ତ ଖଣି ଗୁଡ଼ିକ ନିୟମ ପାଳନ କରିଛନ୍ତି କି ନାହିଁ, କେଉଁମାନେ ଏକ୍ସେସ ମାଇନିଂ କରିଛନ୍ତି, ପରବେଶ ମଞ୍ଜୁରୀ ଅଛି କି ନାହିଁ, ଏସବୁର ଯାଞ୍ଚ କରିଛନ୍ତି ଖଣି ବିଭାଗର ଅଧିକାରୀମାନେ । ଏପରିକି ଯାଞ୍ଚ ବେଳେ ଗ୍ରାଉଣ୍ଡରେ ନିଜେ ଅଭିଯୋଗକାରୀ ଧର୍ମଶାଳାର ବିଧାୟକ ହିମାଂଶୁ ସାହୁ ଅଧିକାରୀମାନଙ୍କୁ ବୁଲି ବୁଲି ବିବାଦୀୟ ଖଣି ସବୁ ଦେଖାଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)