ଭୁବନେଶ୍ବର କମିଶନରେଟ୍ ପୋଲିସର ହେବ ନବକଳେବର। ଅପରାଧ ବିଭାଗଠାରୁ ଅଲଗା ହେଇଯିବ ଆଇନଶୃଙ୍ଖଳା। ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ଭାବେ ଦୁଇଟି ସହରାଞ୍ଚଳ ପୋଲିସ ଜିଲ୍ଲା କରାଯାଇ ନିଯୁକ୍ତ ହେବେ ଦୁଇଜଣ ଡିସିପି। ପୋଲିସ ବ୍ୟବସ୍ଥାର ଦୁଇ ପ୍ରମୁଖ ଅଙ୍ଗ ଆଇନଶୃଙ୍ଖଳା ଏବଂ ଅପରାଧ ନିୟନ୍ତ୍ରଣର ସୁପରିଚାଳନା ପାଇଁ ଏଭଳି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଏ ନେଇ ପୋଲିସ୍ ଡିଜିଙ୍କୁ ପ୍ରସ୍ତାବ ଦେଇଛି କମିଶନରେଟ୍ ପୋଲିସ୍।
Published By: Sujit kumar Swain
Last updated: 23 March 2025, 10:44 PM IST
ଶୋଇ ରହିଛି ଓଡ଼ିଶା ମାଡ଼ି ବସିଲାଣି ପଡ଼ିଶା । ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ମାଲକାନଗିରିର ଜୁମଡାଙ୍ଗ ଗାଁ । ଆମରି ଗାଁ, ହେଲେ ଆମରି ମାଟିରେ, ଆମରି ପିଲାଏ ଓଡ଼ିଆ ନୁହେଁ, ପଢୁଛନ୍ତି ତେଲୁଗୁ ଭାଷାରେ ପାଠ । ପରିଣାମ ଏହା ଯେ କୁନି କୁନି ପିଲା ଆଉ ଓଡ଼ିଆ ଭାଷା ବୁଝିବା ସ୍ଥିତିରେ ବି ନାହାନ୍ତି ।