Advertisment

୧୦ ବର୍ଷ ହେବ କିସ୍ ଶିକ୍ଷାନୁଷ୍ଠାନର ନିଖୋଜ ବଣ୍ଡା ଛାତ୍ର ମିଳୁନି ପତ୍ତା

KISSରୁ ନିଖୋଜ ହେଲେଣି ଛାତ୍ର। ୧୦ ବର୍ଷ ହେଲାଣି ମିଳୁନି ପତ୍ତା। କାହିଁକି ଚୁପ ବସିଛନ୍ତି KISS କର୍ତ୍ତୃପକ୍ଷ ? KISSରେ କେତେ ସୁରକ୍ଷିତ ଛାତ୍ରଛାତ୍ରୀ ?

author-image
Santosh Kumar Sahoo

ମାଲକାନାଗିରି ବଣ୍ଡା ଘାଟି ଦନ୍ତିପଡା ଗ୍ରାମର ରାମଚନ୍ଦ୍ର ମାନ୍ଦ୍ରା। ପଞ୍ଚମ ପାସ ହେବା ପରେ ଉଚ୍ଚ ଶିକ୍ଷା ପାଇଁ ରାମଚନ୍ଦ୍ରଙ୍କୁ ବହୁ ସ୍ୱପ୍ନ ନେଇ କିସ୍ କୁ ପାଠ ପଢାଇବାକୁ ପଠାଇଥିଲେ ପରିବାର। ଆଶା ଥିଲା ପାଠ ପଢିବ ଆଉ ଭଲ ଚାକିରୀଟିଏ କରି ପରିବାରର ଦୁଃଖ ବୁଝିବ। ହେଲେ କିଏ ଜାଣିଥିଲା ଯେଉଁ ଅନୁଷ୍ଠାନକୁ ଆଶା ଭରଷା କରି ସେ ନିଜ ପୁଅକୁ ଛାଡିଥିଲେ, ସେଠାରୁ ହିଁ ତାଙ୍କ ପୁଅ ନିଖୋଜ ହୋଇଯିବ ବୋଲି। ନବମ ଶ୍ରେଣୀରେ ପଢୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ବାପା ମା‘ ବହୁ ଖୋଜାଖୋଜି କରିଥିଲେ। କିସ ଯାଇଁ ପଚରାଉଚୁରା କରିଥିଲେ, ହେଲେ କିଛି କିସ କର୍ତ୍ତୃପକ୍ଷ ତାଙ୍କ କଥାକୁ ଗୁରୁତ୍ତ୍ୱ ଦେଇ ନଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେ ଘଟଣାକୁ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିଯାଏଁ ରାମଚନ୍ଦ୍ରଙ୍କର ପତ୍ତା ମିଳୁନି। ଆଜିବି ପୁଅକୁ ଝୁରି ଝୁରି ମାଆ ଆଖିରୁ ଶୁଖୁନି ଲୁହ।

Advertisment
Bhubaneswar KISS Student Missing
Advertisment
Advertisment