Advertisment

NEET Admission Scam: NEET ପରୀକ୍ଷା ପୂର୍ବରୁ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ମାଡ଼ିବସିଲା କମିଶନରେଟ୍ ପୋଲିସ

ଡାକ୍ତର ହେବାର ସ୍ବପ୍ନ ଦେଖି NEET କ୍ବାଲିଫାଏ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ପାଠୁଆ ପିଲା । କିନ୍ତୁ, ଅନ୍ୟପଟେ ପ୍ରବେଶିକା ପରୀକ୍ଷା ଗଳାବାଟ ଦେଇ ଟଙ୍କା ବଳରେ ଅନ୍ୟକୁ ଏଣ୍ଟ୍ରି ପାଇଁ ଚାଲୁଛି ମହାଡିଲ୍ । କୋଟି କୋଟିର ଟଙ୍କା ଖେଳ କରୁଛନ୍ତି ଆନ୍ତଃରାଜ୍ୟ କୁଖ୍ୟାତ ଗ୍ୟାଙ୍ଗ୍ ।

author-image
Deviprasad Jena

ଡାକ୍ତର ହେବାର ସ୍ବପ୍ନ ଦେଖି NEET କ୍ବାଲିଫାଏ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ପାଠୁଆ ପିଲା । କିନ୍ତୁ, ଅନ୍ୟପଟେ ପ୍ରବେଶିକା ପରୀକ୍ଷା ଗଳାବାଟ ଦେଇ ଟଙ୍କା ବଳରେ ଅନ୍ୟକୁ ଏଣ୍ଟ୍ରି ପାଇଁ ଚାଲୁଛି ମହାଡିଲ୍ । କୋଟି କୋଟିର ଟଙ୍କା ଖେଳ କରୁଛନ୍ତି ଆନ୍ତଃରାଜ୍ୟ କୁଖ୍ୟାତ ଗ୍ୟାଙ୍ଗ୍ ।

Advertisment

ଆସନ୍ତକାଲି NEET ପୂର୍ବରୁ ଆଜି ଏଭଳି ଏକ ଗ୍ୟାଙ୍ଗର ଖୁଲାସା କରିଛି କମିଶନରେଟ୍ ପୋଲିସ । ତା’ସହ ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରର ୪ ଜଣଙ୍କୁ ଗିରଫ କରିଛି। ମେଡ଼ିକାଲ୍ ପାଠ୍ୟକ୍ରମରେ ଆଡ଼ମିଶନ୍ ପାଇଁ ମହାଡିଲ୍ । ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ-NEETରେ ରାଙ୍କ ପାଇଁ କୋଟି କୋଟି ଟଙ୍କାର ଖେଳ । ଅର୍ଥାତ ଟଙ୍କା ବଳରେ ଗଳାବାଟ ଦେଇ ମେଡ଼ିକାଲ୍ କଲେଜରେ ଭର୍ତ୍ତି କରାଇଦେବାର ମହା ଚାଲ୍। ସେହି ରାକେଟର ୪ ଜଣ ଚାଲବାଜଙ୍କ ଖୁଲାସା କରିଛି କମିଶନରେଟ୍ ପୋଲିସ ।

Odisha Commissionerate Police NEET Exam
Advertisment
Advertisment