Advertisment

ଅଙ୍ଗନବାଡ଼ି ଦିଦିଙ୍କ କିଚେନ୍ ଗାର୍ଡେନ୍

ଏବେ ଚର୍ଚ୍ଚାରେ ନୂଆପଡା ଜିଲ୍ଲାର ଏହି ଅଙ୍ଗନବାଡ଼ି କର୍ମୀ। ପିଲାଙ୍କ ମଧ୍ୟାହ୍ନ ଭୋଜନରେ ସବୁଜ ପରିବା ଦେବା ପାଇଁ ହାତରେ ଧରିଲେ କୋଦାଳ।

author-image
Santosh Kumar Sahoo

ବାଡ଼ିରେ ହସୁଛି ବାଇଗଣ, ଟମାଟୋ, ଝୁଡୁଙ୍ଗ, ଲଙ୍କା, କୋବି, କଦଳୀ ଆଉ ଅମୃତଭଣ୍ଡା। ଏମିତି ଅନେକ ପନିପରିବାରେ ଭରପୂର ଏ ବାଡି କୌଣସି ଚାଷୀଙ୍କର ନୁହେଁ। ନୂଆପଡା ଜିଲ୍ଲା କୋମନା ଚନାମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଏହାକୁ ଫଳାଇଛନ୍ତି ଅଙ୍ଗନବାଡ଼ି କର୍ମୀ ସୁଭଦ୍ରା ମାଝୀ। ଯାହାକୁ ସେ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଖାଇବାକୁ ଦେଉଛନ୍ତି। ଏପରିକି ବେଳେବେଳେ ଗର୍ଭବତୀ ଓ ପ୍ରସୂତୀଙ୍କୁ ସେ ଏହି ତାଜା ଓ ସତେଜ ପନିପରିବା ବାଣ୍ଟି ଖୁସି ପାଉଛନ୍ତି। ପ୍ରତିଦିନ ଶିଶୁମାନେ କିଛି ପନିପରିବା ଖାଇଲେ ସୁସ୍ଥ ଓ ହୃଷ୍ଟପୁଷ୍ଟ ହେବେ ବୋଲି କୁହନ୍ତି ସୁଭଦ୍ରା।

Advertisment
Nuapada Anganwadi Workers
Advertisment
Advertisment