ସ୍ୱାସ୍ଥ୍ୟକାର୍ଡରେ ସାଂଘାତିକ ସ୍କାମ୍ !
ସ୍ବାସ୍ଥ୍ୟ କାର୍ଡରେ ବଡ ଧରଣର କେଳେଙ୍କାରୀ । ବଲାଙ୍ଗିରରୁ ରାୟପୁରକୁ ଚାଲିଛି ରୋଗୀ ବୁହା । ସ୍ବାସ୍ଥ୍ୟକାର୍ଡରୁ ଉଠୁଥିଲା ଟଙ୍କା । ବଲାଙ୍ଗିରରୁ ରାୟପୁରକୁ ପ୍ରତିଦିନ ବୁହା ହେଉଥିଲେ ରୋଗୀ । ହେଲେ ବାର ବାର ଏପରି ହେଉଥିବାରୁ, ସନ୍ଦେହ କରିଥିଲା ଜିଲ୍ଳା ସ୍ବାସ୍ଥ୍ୟବିଭାଗ । କାହିଁକି କଣ ପାଇଁ ନିର୍ଦ୍ଦିଷ୍ଟ ଅଂଚଳରୁ ଏତେ ରୋଗୀ ରାୟପୁର ଯାଉଥିବାନେଇ ହୋଇଥିଲା ସନ୍ଦେହ ସୃଷ୍ଟି । ବଲାଙ୍ଗିର ଉପକଣ୍ଠ ପୁଇଁନ୍ତଲା ବ୍ଳକ ଆଟଗାଁ ନିକଟରେ ଏକ ୱିଙ୍ଗର ଗାଡିକୁ ଅଟକାଇ ଆରମ୍ଭ ହୋଇଥିଲା ଛାନଭିନ । ଭୂଆଁ ବୁଲାଇ ଦଶଜଣ ରୋଗୀଙ୍କୁ ବୋହି ନେଉଥିଲେ ଜଣେ ମହିଳା । ସ୍ବାସ୍ଥ୍ୟକାର୍ଡ ସମେତ ଆଧାରକାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଧରି ରାୟପୁର ଯାଉଥିବା ବେଳେ, ଗାଁ ଲୋକଙ୍କ ସହିତ ମିଶି ରେକେଟର ପର୍ଦ୍ଦାଫାସ କରିଥିଲେ ସ୍ବାସ୍ଥ୍ୟ ବିଭାଗର ଅଧିକାର । ବାସ୍, ଆଳୁ ଖୋଲୁ ଖୋଲୁ ମହାଦେବ ବାହାରିବା ଭଳିଆ, ପ୍ରଘଟ ହୋଇଥିଲା ସ୍ବାସ୍ଥ୍ୟକାର୍ଡରେ ହୋଇଥିବା ଲୁଟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)