Advertisment

ହାର୍ଡକୋର ମାଓନେତା ଗିରଫ

ଧରାପଡ଼ିଲା ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡମା । ବୈପାରୀଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ ଧରିଲା ପୋଲିସ । AK-47 ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। କୁଞ୍ଜମ ACM ଥିଲା, ୭ଟି ବଡ଼ ହିଂସାକାଣ୍ଡରେ ସମ୍ପୃକ୍ତ।

author-image
Santosh Kumar Sahoo

ପୋଲିସକୁ ବଡ଼ ସଫଳତା । ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡ୍‌ମା ଗିରଫ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ ହିଡମାକୁ କାବୁ କରିଛି ପୋଲିସ । ଏହି କୁଖ୍ୟାତ ମାଓବାଦୀଠାରୁ AK-47 ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ACM କୁଞ୍ଜମ ହିଡମା ୭ଟି ବଡ଼ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ସୂଚନା ରହିଛି । ମାଓନେତା ହିଡମା ନାଁରେ କୋରାପୁଟ ଓ ମାଲକାନଗିରର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସେହିପରି ସୁରକ୍ଷାକର୍ମୀ ଓ ମାଓବାଦୀମାନଙ୍କ ଗୁଳିବିନିମୟ ସମୟରେ ମଧ୍ୟ ତା'ର ସମ୍ପୃକ୍ତି ରହିଥିଲା । 

Advertisment
Maoist Leader
Advertisment
Advertisment