/odishatv-khabar/media/media_files/2026/01/14/phulbani-kotipati-ganjei-maphia-2026-01-14-18-24-31.jpg)
Phulbani Kotipati Ganjei Maphia Photograph: (OTV)
କୋଟିପତି କରିଦେଲା ଗଞ୍ଜେଇ ବେପାର । ବ୍ୟାଙ୍କରେ ଗଦା ହୋଇଗଲା ଟଙ୍କା । ଘର ବନିଗଲା ଆଲିସାନ୍ ବଙ୍ଗଳା । ଘରେ ସାଇତା ହେଲା ଲକ୍ଷ ଲକ୍ଷ ଟଙ୍କାର ସୁନା । ପୋଲିସ ସମ୍ବାଦିକ ସମ୍ମିଳନୀ କରି କ୍ୟାମେରା ଆଗରେ ଏସବୁ ଟଙ୍କା ଓ ଗହଣାର ହିସାବ ଦେଉଥିବା ମାଲିକ ହେଉଛନ୍ତି ଦୁଇ ଜଣ ଗଞ୍ଜେଇ ମାଫିଆ ।
ଜଣକଙ୍କ ନାଁ ଦିଲ୍ଲୀପ କୁମାର ଗୌଡ଼ । ଆଉ ଅନ୍ୟ ଜଣକଙ୍କ ନାଁ ଆଶିଷ କୁମାର ଦିଗାଲ । ଏମାନେ ଦୀର୍ଘ ବର୍ଷ ଧରି ଗଞ୍ଜେଇ ବେପାର କରି ବହୁ କୋଠାବାଡ଼ି, ସୁନା ଅଳଙ୍କାର, ଗାଡ଼ି ଏବଂ ଲକ୍ଷ ଲକ୍ଷ ନଗଦ ଟଙ୍କା ଠୁଳ କରିଥିବା ପୋଲିସ ସୂଚନା ଦେଇଛି ।
କିଛି ଦିନ ତଳେ ପୋଲିସ ଉଭୟ ଗଞ୍ଜେଇ ମାଫିଆଙ୍କ ନିଜ ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳର ଆଠଗଡ଼ପାଟନା ଗାଁରେ ମାଫିଆ ଦିଲ୍ଲୀପ ଗୌଡ଼ଙ୍କ ଘରକୁ ଯାଞ୍ଚ କରିଥିଲା । ସେହିପରି କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳ ତିଲକପଡ଼ା ଗାଁର ଆଶିଷ ଦିଗାଲଙ୍କ ଘରେ ବି ତନାଘନା କରିଥିଲା ଟିମ୍ ।
ଆଉ ଏବେ ସବୁ ପ୍ରମାଣକୁ ଏକଜୁଟ୍ କରିବା ପରେ ପୋଲିସ ଉଭୟଙ୍କୁ ବାନ୍ଧିଛି । ଦିଲ୍ଲୀପଙ୍କ ମୋଟ୍ ୫ କୋଟି ୬୯ ଲକ୍ଷ ୧୪ ହଜାର ଟଙ୍କାର ସଂପତ୍ତି ଜବତ ହୋଇଛି । ଯେଉଁଥିରେ ରହିଛି ୧୬ ଲକ୍ଷ ୨୭ ହଜାର ୮୪୫ ଟଙ୍କାର ବ୍ୟାଙ୍କ ଜମାରାଶି । କୋଟିଏ ୯୫ ଲକ୍ଷ ୮୮ ହଜାର ୪୪୨ ଟଙ୍କାର ଜମି । ଲକ୍ଷ ଲକ୍ଷ ଟଙ୍କାର ବହୁତଳ କୋଠା ।
୪ ଚକିଆ ଗାଡ଼ି ଏବଂ ଅନେକ ସୁନା ଓ ରୁପା ଅଙ୍କାର ଜବତ ହୋଇଛି । ସେହିଭଳି ଆଶିଷଙ୍କ ଠାରୁ ମୋଟ ୫କୋଟି ୧୦ ଲକ୍ଷ ୬୪ ହଜାର ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଯେଉଁଥିରେ ୨ ଲକ୍ଷ ୨୦ ହଜାର ୯୪୬ ଟଙ୍କାର ବ୍ୟାଙ୍କ ଜମାରାଶି । ୩ କୋଟି ୪୮ ଲକ୍ଷ ୨୯ ହଜାର ଟଙ୍କାର ଜମି । ଏବଂ ଏକାଧିକ କୋଠାବାଡ଼ି । ୪ଟି ଦାମୀ ଚାରିଚକିଆ ଗାଡ଼ି ଏବଂ ଗୋଟିଏ ଦୁଇଚକିଆ ଗାଡ଼ି ଜବତ କରିଛି ପୋଲିସ ।
ଖାଲି ଏତିକି ନୁହେଁ ମାଫିଆ ବାବୁଙ୍କ ଘରୁ ପ୍ରାୟ ,୧୦ ଲକ୍ଷ ଟଙ୍କାର ସୁନା ଗହଣା ଜବତ ହୋଇଥିବା ବେଳେ ପାଖାପାଖି ୫ ଲକ୍ଷ ନଗଦ ଟଙ୍କା ପୋଲିସ ହାତରେ ଲାଗିଛି । ଏବେ ବି ଗଞ୍ଜେଇ ମାଫିଆଙ୍କ କଳା ଟଙ୍କାର ହିସାବ କରୁଛି ପୋଲିସ । କନ୍ଧମାଳ SPଙ୍କ ନିତୃତ୍ବରେ ଟିମ୍ ତଦନ୍ତ କରୁଥିବାବେଳେ ଆଗକୁ ଆହୁରି ଅନେକ ଗଞ୍ଜେଇ ମାଫିଆ ମାନଙ୍କ ଉପରେ ଅର୍ଥନୈତିକ ଚଢ଼ାଉ କରାଯିବ ବୋଲି SP ହରିଶ ବି.ସି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)