/odishatv-khabar/media/media_files/2026/01/14/cuttack-makara-gudiuda-2026-01-14-18-11-38.jpg)
Cuttack Makara Gudiuda Photograph: (OTV)
କଥା କହୁକହୁ ସ୍ବାମୀଙ୍କ କଥା କହି, କୋହ ସମ୍ଭାଳି ପାରୁନାହାନ୍ତି ସ୍ତ୍ରୀ । ଆଖିରୁ ଠପ୍ ଠପ୍ ଲୁହ ଗଡ଼ିଯାଉଛି । ଆଜି ଭଳି ସେଦିନ ବି ଥିଲା ମକର ସଂକ୍ରାନ୍ତି । ମଥାରୁ ଲିଭିଯାଇଥିଲା ସିନ୍ଦୂର । ହାତରୁ ଶଙ୍ଖା କାଢ଼ିଥିଲା ନବବଧୂ ।
ବାହାଘରକୁ ମାତ୍ର ୬ ମାସ ହୋଇଥିଲା । ଗୋଟିଏ ମାସର ଏ ଅନ୍ତସତ୍ତ୍ବା ସ୍ତ୍ରୀଟା ସ୍ବାମୀଙ୍କୁ ହରାଇଥିଲା । ୪ ବର୍ଷର ତଳର ସେ ଘଟଣା ଆଜି ପୁଣି ତାଜା ହୋଇଛି । ଲୁହ ଗଡ଼ାଇ ସ୍ବାମୀଙ୍କ କଥା କହି ପରିବାରର ଦୁଃଖ ବଖାଣିଛନ୍ତି କଟକ ଜଗତପୁର ଭୈରିପୁର ଅଞ୍ଚଳର ମୃତ ଜୟନ୍ତ ସାମଲଙ୍କ ପତ୍ନୀ ସସ୍ମିତା ସାମଲ । କହିଛନ୍ତି ସେଦିନର ସେ ମାଞ୍ଜାସୂତା କିଭଳି ତାଙ୍କ ସିନ୍ଦୂର ନେଇଗଲା ।
ମକର ସଂକ୍ରାନ୍ତିକୁ ବେଶ୍ ଧୁମଧାମରେ ପାଳନ କରନ୍ତି କଟକବାସୀ । ଗୁଡ଼ି ଉଡ଼ାକୁ ନେଇ ବେଶ୍ ଉତ୍ସାହ ଲାଗିରୁହେ । ହେଲେ ସେହି ଗୁଡ଼ିଉଡ଼ା ପରମ୍ପରା ଏବେ କାଳ ହୋଇଛି । ଚାଇନା ମାଞ୍ଜା ସୂତାରେ ଅନେକଙ୍କ ଜୀବନ ଯାଇଛି । ସସ୍ମିତାଙ୍କ ପରିବାର ଭଳି ଅନେକ ପରିବାର ମକର ସଂକ୍ରାନ୍ତି ଆସିଲେ ଆଖିରୁ ଲୁହ ଝରାଉଛନ୍ତି ।
ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି ସରକାରଙ୍କ ପକ୍ଷରୁ ଏମାନଙ୍କୁ କୌଣସି ସହାୟତା ମିଳିନାହିଁ । ଅନ୍ୟପଟେ ଗୁଡ଼ି ଉଡ଼ାକୁ ନେଇ ଡିସିପି କହିଛନ୍ତି, ମାଞ୍ଜା ସୂତା ଉପରେ କଟକଣା ଲାଗିଛି । ପ୍ରତି ଥାନା ପିସିଆର ଭ୍ୟାନ ବ୍ୟବସାୟୀଙ୍କ ଉପରେ ନଜର ରଖିଛନ୍ତି । ସାଧାରଣ ଲୋକଙ୍କୁ ବି ମାଞ୍ଜା ସୂତାରେ ଗୁଡି ନଉଡାଇବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି ।
ମକର ଆସିଲେ ଖୁସି ହୁଅନ୍ତି କଟକବାସୀ । ହେଲେ ଏହିପରି କିଛି ପରିବାର ଆଖିରୁ ଲୁହ ଝରିପଡ଼େ । ତେବେ ଗୁଡ଼ିଉଡ଼ାକୁ ନେଇ ପ୍ରଶାସନ ଆହୁରି କଠୋର ହେବା ସହ ଜୀବନ ହାନୀ ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
Why Men Blame Women For Everything: ସ୍ୱାମୀ କାହିଁକି ପ୍ରତ୍ୟେକ ଭୁଲ ପାଇଁ ସ୍ତ୍ରୀଙ୍କୁ ଦୋଷ ଦିଅନ୍ତି; ଜାଣନ୍ତୁ ଏହା ପଛର କାରଣ

Assembly delimitation: ଭାଙ୍ଗିବ ଏସବୁ ବିଧାନସଭା କ୍ଷେତ୍ର !

Leave Iran immediately: ଯେତେଶୀଘ୍ର ସମ୍ଭବ ଇରାନ ଛାଡ଼ିଦିଅ, ଭାରତୀୟଙ୍କୁ ଆଡଭାଇଜରୀ ଜାରି

Special rituals in Puri Srimandira : ପବିତ୍ର ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କୁ ଲାଗି ହେଲା ମକର ଚାଉଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)