Gajapati Slams ISKCON for Off-Date Snana Yatra, Calls It Insult to Jagannath Tradition
ଆଗେ ଅଦିନିଆ ରଥଯାତ୍ରା କରୁଥିଲା ଏବେ ସ୍ନାନଯାତ୍ରା ବି ତିଥି ବାହାରେ ଆୟୋଜନ କଲାଣି ଇସ୍କନ । ଯାହାକୁ ନେଇ ପୁଣି କ୍ଷୁବ୍ଧ ଗଜପତି ମହାରାଜା । ଏଥିରୁ ବିରତ ରହିବାକୁ ପୁଣି ମାୟାପୁର ଇସ୍କନ କର୍ତ୍ତୃପକ୍ଷଙ୍କୁ ଗତକାଲି ଲେଖିଛନ୍ତି କଡ଼ା ଚିଠି । ତାସହ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାରରେ ଇସ୍କନର ଏଭଳି ଆଚରଣ, ଜଗନ୍ନାଥ ପରଂପରାକୁ ଅସମ୍ମାନ ବୋଲି କହିବା ସହ ଇସ୍କନର ଅଣହିନ୍ଦୁଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ ଏହା ପଛର ଏକ ବଡ଼ କାରଣ ହୋଇପାରେ ବୋଲି ମତବ୍ୟକ୍ତ କରିଛନ୍ତି। ସେପଟେ ଇସ୍କନକୁ ସାବାଡ଼ କରିବାକୁ ଏଥର ଆଇନର ଆଶ୍ରୟ ନେବାକୁ ଦାବି କଲେଣି ସେବାୟତ ଓ ପୂର୍ବତନ ପରିଚାଳନା କମିଟି ସଦସ୍ୟ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)