Advertisment

ଦୀଘା ଜଗନ୍ନାଥ ମନ୍ଦିର ନୁହେଁ ଜଗନ୍ନାଥ ଧାମ

ଆଇନ ମନ୍ତ୍ରୀ ମଧ୍ୟ ପଶ୍ଚିମବଙ୍ଗ ସରକାର ନଶୁଣିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ଚେତାବନୀ ଦେଇଛନ୍ତି । ଏସବୁ ଭିତରେ କିନ୍ତୁ ଆଜି ତୋଡ ଦେଖାଇ ଜଗନ୍ନାଥ ଧାମକୁ ପୁରୀ ମନ୍ଦିର ସମ୍ବୋଧନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

author-image
Santosh Kumar Sahoo

ଦୀଘା ଜଗନ୍ନାଥ ମନ୍ଦିର, ଜଗନ୍ନାଥ ଧାମ ନୁହେଁ । ଦୀଘା ମନ୍ଦିର ବିବାଦ ପ୍ରସଙ୍ଗରେ ଆଜି ପ୍ରେସ୍ ରିଲିଜ୍ ଜାରି କରି ଏକଥା ସ୍ପଷ୍ଟ କରିଛନ୍ତି ପୁରୀ ଗଜପତି ମହାରାଜା । ମୁକ୍ତିମଣ୍ଡପ ମତକୁ ଆଧାର କରି ଗଜପତି ଉଲ୍ଲେଖ କରିଛନ୍ତି ଯେ କେବଳ ଜଗନ୍ନାଥ ଧାମ ନୁହେଁ ଆଉ କୌଣସି କ୍ଷେତ୍ରକୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର କିମ୍ବା ଶ୍ରୀକ୍ଷେତ୍ର କୁହାଯାଇ ପାରିବନି । ଦୀଘା ମନ୍ଦିରର ପୃଷ୍ଠପୋଷକ ଏଭିଳି ଉଦ୍ୟମରୁ ନିବୃତ୍ତ ରୁହନ୍ତୁ । ସେପଟେ ଆଇନ ମନ୍ତ୍ରୀ ମଧ୍ୟ ପଶ୍ଚିମବଙ୍ଗ ସରକାର ନଶୁଣିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ଚେତାବନୀ ଦେଇଛନ୍ତି । ଏସବୁ ଭିତରେ କିନ୍ତୁ ଆଜି ତୋଡ ଦେଖାଇ ଜଗନ୍ନାଥ ଧାମକୁ ପୁରୀ ମନ୍ଦିର ସମ୍ବୋଧନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Advertisment
Jagannath Temple Digha Gajapati Maharaj
Advertisment
Advertisment