Free Training
ଏଠି ପହଞ୍ଚିଗଲେ ଓଠରେ ହସ ଫୁଟେ । ଆଗକୁ ବଢ଼ିବାର ବାଟ ଫିଟେ । ସବୁ ସଂଘର୍ଷ ଯେମିତି, ଏଇଠି ଶେଷ ହୋଇ ଭବିଷ୍ୟତ ପାଇଁ ଆପେ ଆପେ ଛିଡ଼ା ହୋଇଯାଏ ଏକ ମାଇଲ୍ ଖୁଣ୍ଟ । କାରଣ କାହିଁକି ଜାଣନ୍ତି, ଇଏ ହେଉଛି ବାରିକ୍ ସାର୍ଙ୍କ ମାଗଣା ଶାରିରୀକ ପ୍ରଶିକ୍ଷଣ । ଏଇଠୁ ତାଲିମ ନେଇ ଶହେରୁ ଊର୍ଦ୍ଧ୍ୱ ଯୁବକ ପାଇଛନ୍ତି ଓଡ଼ିଶା ପୋଲିସର ରିଜର୍ଭ ବାଟାଲିୟନ୍ରେ ଚାକିରି । ସୀମାଞ୍ଚଳ ବାରିକଙ୍କ ଏହି ମାଗଣା ପ୍ରଶିକ୍ଷଣ ଏବେ ଯେତିକି ଚର୍ଚ୍ଚାକୁ ଆସିଛି ତା’ ଠୁ ଆହୁରି ପ୍ରରଣା ଦାୟୀ ତାଙ୍କ ଜୀବନର ସଂଘର୍ଷ । ଯେଉଁ ସଂଘର୍ଷ ଦିନେ ଶିଳା ପରି କଠିନ ହୋଇ ରହିଥିଲା ସେ ଆଜି ଫୁଲରେ ପରିଣତ ହୋଇ ଏ ପୁଷ୍ପ ବର୍ଷା ହେଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)