Advertisment

Cyber Fraud: ସାଇବର ଲୁଟେରାଙ୍କ ଜାଲରେ ଫସିଗଲେ ପୂର୍ବତନ IT ମନ୍ତ୍ରୀ

ପୂର୍ବତନ ଆଇଟି ମନ୍ତ୍ରୀଙ୍କୁ ବି ଛାଡ଼ିଲେନି ସାଇବର ଠକ । ଟ୍ରେଡିଂ ନାଁରେ ଆକାଉଣ୍ଟରୁ ପୋଛି ନେଲେ କୋଟିଏ ୪୦ ଲକ୍ଷ । କର୍ଣ୍ଣାଟକ ଓ ତାମିଲନାଡୁରୁ ୭ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଅପରପକ୍ଷେ ତୁଷାରକାନ୍ତିଙ୍କ ଟଙ୍କାର ପରିମାଣକୁ ନେଇ ଉଠିଲା ପ୍ରଶ୍ନ ।

author-image
Deviprasad Jena

ସାଇବର ଲୁଟେରାଙ୍କ ଜାଲରେ ଫସିଗଲେ ପୂର୍ବତନ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ତୁଷାରଙ୍କ ଆକାଉଣ୍ଟରୁ ଗୋଲ ହୋଇଛି ପୁରା କୋଟିଏ ୪୦ ଲକ୍ଷ ଟଙ୍କା । ଗତ ଜାନୁଆରୀ ପହିଲାରେ ଏ ସମ୍ପର୍କରେ ତୁଷାରକାନ୍ତି ସାଇବର ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରି ୭ ଆନ୍ତଃରାଜ୍ୟ ଅନଲାଇନ୍ ଫ୍ରଡ୍‌ ଗ୍ୟାଙ୍ଗ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେପଟେ ତୁଷାରକାନ୍ତି ଏତେ ଟଙ୍କା କେଉଁଠୁ ଆଣିଲେ, ଏବଂ ନିର୍ବାଚନ ବେଳେ ସତ୍ୟପାଠରେ ଡି ମାଟ୍ ଆକାଉଣ୍ଟ ସମ୍ପର୍କରେ କାହିଁକି ଉଲ୍ଲେଖ କରିନଥିଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ ।

Advertisment
Odisha Cyber Fraud Tusharkanti Behera
Advertisment
Advertisment