୨୪ ବର୍ଷର ଅଖଣ୍ଡ କ୍ଷମତା ଭିତରେ ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର । ନୟାଗଡ଼ ଜିଲ୍ଲା ନିମାଣି ପଥର କ୍ବାରୀ। ଜିଲ୍ଲାର ଜଣେ ଅନ୍ୟତମ ପ୍ରଭାବଶାଳୀ ବିଜେଡ଼ି ନେତା ଲିଜରେ ନେଇ କେମିତି ବେଆଇନ ଭାବେ ଚଳାଉଥିଲେ, ସାମ୍ନାକୁ ଆସିଛି ସଂଗୀନ ଅଭିଯୋଗ। ବିଜେଡି ନେତା ବୋଲି ସାତ ଖୁଣ ମାଫ୍ ନ୍ୟାୟରେ ପ୍ରଶାସନିକ କଳର ନିଷ୍କ୍ରିୟତା ବି ଧରାପଡ଼ିଛି।
Published By: Sujit kumar Swain
Last updated: 20 July 2024, 10:33 PM IST
ଚିତ୍ରଶିଳ୍ପୀ ଆୟୁଶ ମହାପାତ୍ର ସିଙ୍ଗାପୁର ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀଙ୍କ ଶ୍ରୀମନ୍ଦିର ବିଶାଳ ମନ୍ଦିର ସହ ଏକ ଚିତ୍ର ଆଙ୍କି ରଘୁରାଜପୁରକୁ ଆସିଥିଲେ। ହେଲେ ଦେବା ପାଇଁ ସୁଯୋଗ ମିଳୁନଥିଲା। ତେଣୁ ସେ ଫଟୋ ଧରି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ପ୍ରୋଟକଲ୍ ଭାଙ୍ଗି ରାଷ୍ଟ୍ରପତି କାରରୁ ଓହ୍ଲାଇ ତାଙ୍କ ଠାରୁ ଫଟୋଚିତ୍ରକୁ ଗ୍ରହଣ କରିଥିଲେ। ଏଥିସହ ଶ୍ରୀ ମହାପାତ୍ରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।