ଆସନ୍ତାକାଲି ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ । ତେବେ ଭାରତ ତଥା ଓଡ଼ିଶାରେ ପରାଗ ଦେଖାଯିବ ନାହିଁ । ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଉତ୍ତରପଶ୍ଚିମ ରୁଷିଆରେ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ । ଭାରତୀୟ ସମୟ ଦିନ ୨ଟା ୨୦ରୁ ଆଂଶିକ ସୂର୍ଯ୍ୟ ପରାଗ ଆରମ୍ଭ ହୋଇ ଅପରାହ୍ନ ୪ଟା ୧୭ ମିନିଟରେ ସର୍ବାଧିକ ୯୦ ପ୍ରତିଶତ ହେବ । ଭାରତୀୟ ସମୟ ୪ଟା ୧୪ ମିନିଟରେ ପରାଗ ଶେଷ ହେବ । ଏହି ଆଂଶିକ ସୂର୍ଯ୍ୟ ପରାଗ ଭାରତରୁ ଦୃଶ୍ୟମାନ ହେବ ନାହିଁ । ଏଣୁ ଶ୍ରୀମନ୍ଦିର ନୀତିକାନ୍ତିରେ କୌଣସି ପରିବର୍ତ୍ତନ ହେବନି ବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପରବର୍ତ୍ତି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ସେପ୍ଟେମ୍ବର ୭-୮ ତାରିଖରେ ସମଗ୍ର ଭାରତ ସହ ଏସିଆ, ୟୁରୋପ, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ ।
Published By: Deviprasad Jena
Last updated: 28 March 2025, 06:25 PM IST
ରାଜ୍ୟର ଆଉ ୮ ସହରରେ ଗଡ଼ିବ 'ଆମ ବସ୍' । କ୍ରୁଟ୍ର ୪୯ତମ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦୁର୍ଘଟଣା ରୋକିବାକୁ ସ୍ପିଡ୍ ଉପରେ ଲଗାଯାଇଛି ଅଙ୍କୁଶ । ଇଲେକ୍ଟ୍ରି ବସ୍ ଘଣ୍ଟା ପ୍ରତି ୩୫ କିମି ଓ ଡିଜେଲ୍ ବସ୍ ୪୦ କିମି ସ୍ପିଡରେ ଯିବ ।