ଅନ୍ଧାରରେ ପଥର ଶିଳ୍ପୀଙ୍କ ଭାଗ୍ୟ ଆଉ ଭବିଷ୍ୟତ। ଆଗକୁ ହୁଏତ ଶୁଭିବନି ନିହାଣ ହାତୁଡିର ଠକ୍ ଠକ୍ ଶବ୍ଦ। ପଥରକୁ ଜୀବନ୍ତ ରୂପ ଦେଉଥିବା ଶିଳ୍ପୀ ଏବେ ଚିନ୍ତାରେ। ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ମଳିପଡା, ନରଣଗଡ, ହାଡପଦା ଏବଂ ଭୋଗପୁର ଅଞ୍ଚଳର ପଥର ଶିଳ୍ପୀଙ୍କ କଥା । ପୁରୁଷାନୁକ୍ରମେ ଏହି ଶିଳ୍ପୀ ମାନେ ନିକଟସ୍ଥ ଭୋଗପୁର ପାହାଡର ଖାଣ୍ଡେଲାଇଟ ପଥର ଉପରେ ନିର୍ଭର କରିଥାନ୍ତି। ସରକାର ଏହି ପାହାଡ ନିଲାମ ଦେବା ପରେ ଶିଳ୍ପୀମାନେ ପଥର କିଣି ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି। କେବଳ ଶିଳ୍ପୀଙ୍କ ପାଇଁ ନୁହେଁ ବରଂ ଏହି ପାହାଡ ଶ୍ରୀମନ୍ଦିରରେ ଆବଶ୍ୟକ ପଡୁଥିବା ପଥର ଚାହିଦା ମେଣ୍ଟାଇଥାଏ । ହେଲେ ୨୦୨୦ ମସିହାରେ ତତ୍କାଳୀନ ରାଜ୍ୟ ସରକାର ପାହାଡକୁ ଓଡିଶା ମାଇନିଂ କର୍ପୋରେସନ ହାତକୁ ଟେକି ଦେଇଛନ୍ତି । ଆଉ ସେବେଠୁ ପଥର ଖଣ୍ଡେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଥର ଶିଳ୍ପୀ।
Published By: Santosh Kumar Sahoo
Last updated: 04 March 2025, 09:26 PM IST
ଅଭିଯୋଗ ନମ୍ବର ୫: ନିର୍ଯାତନା ଅଭିଯୋଗର ସମାଧାନରେ ବିଫଳ ହେବା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶୋଷଣରେ ସଂପୃକ୍ତ ନେଇ ଅଭିଯୋଗ ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କୁ ଅନୁରୋଧ ଏତେସବୁ ଗୁରୁତର ଅଭିଯୋଗ ପାଇବା ପରେ କ୍ଷୁବ୍ଧ ହୋଇଛନ୍ତି ଜାତୀୟ ମାନବାଧିକାର କମିଶନ।