ଜବର ଦଖଲକାରୀଙ୍କ କବ୍ଜାରେ ନଦୀ ପଠା । ପୁରୀ କୋଣାର୍କ ରାସ୍ତା ନୂଆନଈ ପଠାକୁ ବେଆଇନ ଭାବେ ଜବର ଦଖଲ କରି ଶହ ଶହ ଟ୍ରାକ୍ଟର ମାଟି ଉଠାଯାଉଥିବା ଅଭିଯୋଗ । ପୁରୀ କୋଣାର୍କ ରାସ୍ତାର ବେଲଦଳ ନିକଟରେ ନୂଆନଈ ପଠାରୁ ବେଆଇନ ଭାବେ ମାଟି ଉଠାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଶହ ଶହ ଟ୍ରାକ୍ଟର ମାଟି ଉଠାଇ ନଦୀ ପଠାରୁ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରାଯାଇଛି । ସେହି ରାସ୍ତା ଦେଇ ନଦୀର ଅପରପାର୍ଶ୍ବରେ ଥିବା କେନାଲକୁ ପୋତାଚାଲିଛି । ଏକ ରିସୋର୍ଟ ତିଆରି ପାଇଁ ହେକ୍ଟର ହେକ୍ଟର ଜମିକୁ ଜଳସେଚନ କରୁଥିବା କେନାଲକୁ ସଂପୂର୍ଣ୍ଣ ଭାବେ ପୋତି ଦେବାକୁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହୋଇଛି ।
Published By: Santosh Kumar Sahoo
Last updated: 03 April 2025, 11:03 PM IST
ଜବର ଦଖଲକାରୀଙ୍କ କବ୍ଜାରେ ନଦୀ ପଠା। ପୁରୀ କୋଣାର୍କ ରାସ୍ତା ନୂଆନଈ ପଠାକୁ ବେଆଇନ ଭାବେ ଜବର ଦଖଲକରି ଶହ ଶହ ଟ୍ରାକ୍ଟର ମାଟି ଉଠାଯାଉଥିବା ଅଭିଯୋଗ। ହେକ୍ଟର ହେକ୍ଟର ଜମିକୁ ପାଣି ଯୋଗାଉଥିବା କେନାଲକୁ ପୋତି ସେଠାରେ ରିସୋର୍ଟ ନିର୍ମାଣ ହେଉଥିବା ଅଭିଯୋଗକରି ତାତିଲେ ସ୍ଥାନୀୟ ବାସିନ୍ଦା।