Capital Hospital
ରୋଗୀ ସେବା ପାଇଁ ଡାକ୍ତର ନାହାନ୍ତି, କିନ୍ତୁ ଭିଆଇପି ପ୍ରୋଟୋକଲରେ ମାଳମାଳ । ସତେ ଯେମିତି ରାଜ୍ୟ ରାଜଧାନୀର ପ୍ରିମିୟର ସରକାରୀ ଡାକ୍ତରଖାନା ଖାଲି ଭିଆଇପିଙ୍କ ସେବା ପାଇଁ ରହିଛି । କ୍ୟାପିଟାଲ ହସ୍ପିଟାଲରେ ଏବେ ଖାଲି ପଡ଼ିଛି 64 ଡାକ୍ତର ପଦବି । ଯେତିକି ବି ଅଛନ୍ତି, ସେଥିରୁ ପ୍ରତି ଦିନ ଅତିକମରେ 8ରୁ 10 ଜଣ ଡାକ୍ତର କେବଳ ସରକାରୀ ପ୍ରୋଟୋକଲ୍ ତୁଲାଉଛନ୍ତି । ବର୍ଷତମାମ କ୍ୟାପିଟାଲ ହସ୍ପିଟାଲର 6 ଜଣ ଡାକ୍ତର ସବୁଦିନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଆବାସରେ 3ଟି ସିଫ୍ଟରେ ଡ୍ୟୁଟି କରୁଛନ୍ତି । ସେମାନଙ୍କ ଛୁଟିଦିନରେ ଆଉ 2 ଜଣ ଡାକ୍ତରଙ୍କୁ ଏ ଦାୟିତ୍ୱ ତୁଲାଇବାକୁ ପଡ଼ୁଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)