Advertisment

ଲାପଟପ୍ ମଗାଇଥିଲେ, ଆସିଲା ମାର୍ବଲ

ଅର୍ଡର କରିଥିଲେ ଲାପଟପ୍, ପ୍ୟାକେଟରୁ ବାହାରିଲା ମାର୍ବଲ୍। ପଇସା ନେଇ ଚୂନ ଲଗାଇଦେଲା ଅନଲାଇନ୍ ସଂସ୍ଥା। ଡାକ୍ତର ବାବୁଙ୍କୁ ମହଙ୍ଗା ପଡିଗଲା ଅନଲାଇନ ସପିଂ ।

author-image
Santosh Kumar Sahoo

ଗତ ୪ ତାରିଖ ସମ୍ୱଲପୁର ଟାଉନ ଥାନା ଅନ୍ତର୍ଗତ ହସ୍ପିଟାର ରୋଡର ଜଣେ ଡାକ୍ତର ବାବୁ ଏକ ଫେମଶ ଇ-ମାର୍କେଟିଂ ସଂସ୍ଥାରେ ଏକ HP ଲାପଟପ୍ ଅର୍ଡର କରିଥିଲେ। କ୍ୟାସ ଅନ ଡେଲିଭରୀ ଅପସନ ନଥିବାରୁ ସଂମ୍ପୃକ୍ତ ସଂସ୍ଥାକୁ ଅଗ୍ରୀମ ୬୧ ହଜ଼ାର ଟଙ୍କା ଦେଇଥିଲେ। ୧୩ ତାରିଖ ଦିନ ତାଙ୍କୁ ପାର୍ସଲ ମିଳିଥିଲା। ହେଲେ ଘରକୁ ଆସି ପ୍ୟାକେଟ ଖୋଲି ଦେଖନ୍ତି ତ ତାଙ୍କ ପାଦ ତଳୁ ମାଟି ଖସିଗଲା। କାରଣ ପାର୍ସଲରେ ଲାପଟପ ବଦଳରେ ବାହାରିଥିଲା ମାର୍ବଲ ଖଣ୍ଡ ।

Advertisment
Amazon Online Shopping Sambalpur
Advertisment
Advertisment