Advertisment

ତୁଟିଲା ଲିଙ୍ଗରାଜଙ୍କ ନୀତି ବିବାଦ

ଟ୍ରଷ୍ଟ ବୋର୍ଡ ବୈଠକ ପୂର୍ବରୁ ଆଇନମନ୍ତ୍ରୀ- ଠାକୁରଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି କହିଥିଲେ ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ। ମହାପ୍ରଭୁଙ୍କ ସ୍ବତ୍ତ୍ବଲିପିରେ ରହିଥିବା ଆଇନଗତ ସମସ୍ୟାର ଶୀଘ୍ର ସମାଧାନ କରାଯିବ। ସେବାୟତଙ୍କ ବିବାଦରୁ ପ୍ରଭୁ ଲିଙ୍ଗରାଜ ଉପାସ ରହିବା ନୂଆ ନୁହେଁ।

author-image
Santosh Kumar Sahoo

ତୁଟିଲା ସେବାୟତ ବିବାଦ, ତିନି ଦିନ ଧରି ଖାଡ଼ା ଉପାସରେ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କର ପୁଣି ଆରମ୍ଭ ହେଲା ନୀତିକାନ୍ତି। ସକାଳେ ଆଇନ ମନ୍ତ୍ରୀଙ୍କ ଘରେ ବୈଠକ, ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ମିଟିଂରେ ବିବାଦ ତୁଟିଛି। ତେବେ ଯେଉଁମାନେ ନୀତି ବିଶୃଙ୍ଖଳା କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଓ ଏଥିପାଇଁ ୨୪ ଘଣ୍ଟାରେ ADM ତଦନ୍ତ କରି ରିପୋର୍ଟ ଦେବେ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ତେଣେ ସେବାୟତଙ୍କ ବିବାଦରୁ ମକର ନୀତି ସହ ଠାକୁର ଉପାସରେ ରହିବାକୁ ନେଇ ଭକ୍ତ ମହଲରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ।

Advertisment
Bhubaneswar Lingaraj Temple
Advertisment
Advertisment