Advertisment

Displacement Crisis: ବିସ୍ଥାପିତଙ୍କ ଉପରେ ଦାଉ ସାଧୁଛି MCL; ଘର ଭାଙ୍ଗୁଛି, ନାଲି ଆଖି ଦେଖାଉଛି

ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ(ଏମସିଏଲ)କୁ ନେଇ କେତେବେଳେ ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା ନ ଦେବା, କେତେବେଳେ ବିସ୍ଥାପିତଙ୍କ ସମସ୍ୟା ପ୍ରତି ଆଖିବୁଜି ଦେଉଥିବା ଭଳି ଅଭିଯୋଗ ହୋଇ ଆସୁଥିବା ବେଳେ ବର୍ତ୍ତମାନ ପୁଣି ବିସ୍ଥାପିତଙ୍କ ଉପରେ ଦାଉ ସାଜୁଛି କମ୍ପାନୀ।

author-image
Pramod Behera
Displacement Crisis Deepens at MCL

ବିସ୍ଥାପିତଙ୍କ ଉପରେ ଦାଉ ସାଧୁଛି MCL Photograph: (OTV)

ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ଗୋପାଲପୁରରେ ରହିଛି ଏସିଆର ସର୍ବବୃହତ୍ତ ଖୋଲା ମୁହଁ କୋଇଲା ଖଣି, ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ(ଏମସିଏଲ)। ଏହାକୁ ନେଇ କେତେବେଳେ ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା ନ ଦେବା, କେତେବେଳେ ବିସ୍ଥାପିତଙ୍କ ସମସ୍ୟା ପ୍ରତି ଆଖିବୁଜି ଦେଉଥିବା ଭଳି ଅଭିଯୋଗ ହୋଇ ଆସୁଥିବା ବେଳେ ବର୍ତ୍ତମାନ ପୁଣି ବିସ୍ଥାପିତଙ୍କ ଉପରେ ଦାଉ ସାଜୁଛି କମ୍ପାନୀ। ବିସ୍ଥାପିତଙ୍କ ଘର ଭାଙ୍ଗି ଦେବା ସହ ସେମାନଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ ହେଉଛି।

Advertisment


ସୂଚନା ମୁତାବକ, ଜଣେ ବୁଢି ମାଉସୀ, ଯାହାଙ୍କ ନାଁ ଶ୍ରୀମତୀ ପଟେଲ, ସେ ନିଜ ପୂର୍ବପୁରୁଷ ଅମଳରୁ ଗୋପାଳପୁରରେ ରହିଆସୁଛନ୍ତି। ବର୍ତ୍ତମାନ ନିଜ ସ୍ଵାମୀ ଓ ଦୁଇ ପୁଅଙ୍କ ସହ ରହୁଥିବା ବେଳେ ସିଆରମାଲ ପ୍ରକଳ୍ପରେ ବିସ୍ଥାପିତ ହୋଇଛନ୍ତି। ଅନେକ ବର୍ଷ ପୂର୍ବରୁ ଏନେଇ ସର୍ଭେ କାମ ସରିଥିଲା। ତେବେ ସେହି ସମୟରେ ପୁଅର ବୟସ ହୋଇ ନ ଥିବାରୁ ବୟସ ହେଲେ ଚାକିରି ମିଳିବ ବୋଲି ଏମସିଏଲ କର୍ତ୍ତୃପକ୍ଷ ଦେଇଥିଲେ ପ୍ରତିଶୃତି। ବର୍ତ୍ତମାନ ପୁଅର ବୟସ ହୋଇଯାଇଥିବା ବେଳେ ଆଉ କିଛି ହୋଇପାରିବନି କୋର୍ଟକୁ ଯାଅ ବୋଲି କୁହାଯାଉଛି।


ଏହି ସିଆରମାଲ ପ୍ରକଳ୍ପ ମହାଲକ୍ଷ୍ମୀ ଏରିଆର ବିସ୍ଥାପିତଙ୍କ ପାଇଁ ସାରିଙ୍ଗିଝରିଆରେ କଲୋନୀ ପାଇଁ ଜମିର ବ୍ୟବସ୍ଥା କରାଯାଇଛି ଏବଂ ଘର ତିଆରି ପାଇଁ ୧୪ଲକ୍ଷ ୫୦ ହଜାର ଟଙ୍କାର ସହାୟତା ମିଳିବ। ମାତ୍ର ଏମସିଏଲର ବିଚିତ୍ର ସର୍ତ୍ତ, ପ୍ରଥମେ ଘର ଛାଡିଲେ କ୍ଷତିପୂରଣ ଟଙ୍କା ମିଳିବ। ତେବେ କଲୋନୀରେ ଘର ନ ଥିବାରୁ ବିସ୍ଥାପିତମାନେ ଜମି ପାଇବା ପରେ ନିଜେ ଘର ତିଆରି କରିବେ। ଏନେଇ ଶ୍ରୀମତୀ ପଟେଲ ଅନୁ ସେଠାରେ ଘର କରିବା ପର୍ଯ୍ୟନ୍ତ ଏଠାରେ ରହିବାକୁ ଦିଆଯାଉ ବୋଲି ଅନୁରୋଧ କରିବା ପରେ ମଧୁଅ ଏମସିଏଲ ଯୋର ଜବରଦସ୍ତ ତାଙ୍କ ଘର ଭାଙ୍ଗିଦେଇଛି।

Advertisment


କେବଳ ଶ୍ରୀମତୀ ପଟେଲ ନୁହଁନ୍ତି, ସିଆରମାଲ ପ୍ରକଳ୍ପରେ ଗୋପାଲପୁର ଗ୍ରାମର ୧୫୯ ଜଣ ହେବେ ବିସ୍ଥାପିତ, କଲୋନୀରେ ଏମସିଏଲ ଜମି ଦେବା ପରେ ବିସ୍ଥାପିତମାନେ ନିଜେ ଘର ତିଆରି କରିବେ ମାତ୍ର ଯେଉଁ ସାରିଙ୍ଗିଝରିଆ ଠାରେ ବିସ୍ଥାପିତମାନଙ୍କ ପାଇଁ ଜମି ଚିହ୍ନଟ ହୋଇଛି ସେଠାକୁ ଯିବା ପାଇଁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ ସୁବିଧା କିଛି ନାହିଁ। ଏଭଳି ସ୍ଥିତିରେ ବର୍ତ୍ତମାନ ଚିନ୍ତାରେ ବିସ୍ଥାପିତ। 


ସେପଟେ କିନ୍ତୁ ଏମସିଏଲ କର୍ତ୍ତୃପକ୍ଷ ବିସ୍ଥାପିତଙ୍କୁ ଜମି ଆବଣ୍ଟନ ପାଇଁ ବୈଠକ ଡାକି ପ୍ରଥମ ପର୍ଯ୍ୟାୟରେ ୬୫ ଜଣଙ୍କୁ ଜମି ପଟ୍ଟା ଦେବାକୁ ସ୍ଥିର କରିଥିବା ବେଳେ ଏହାକୁ ପ୍ରବଳ ବିରୋଧ କରିଛନ୍ତି ବିସ୍ଥାପିତ। ସମସ୍ତ ବିସ୍ଥାପିତଙ୍କୁ ଏକକାଳୀନ ଜମି ସହ ସେଠାରେ ରହିଥିବା ସମସ୍ତ ସମସ୍ୟାର ସମାଧାନ କଲେ ସେମାନେ ଯିବେ କହି ବୈଠକକୁ ବର୍ଜନ କରିଛନ୍ତି। ଫଳରେ ବୈଠକ ଅଧାରୁ ବନ୍ଦ ହୋଇଛି। ଅନ୍ୟପଟେ ଏମସିଏଲର ନୋଡାଲ ଅଫିସର କହିଛନ୍ତି ସେଭଳି କିଛି ସମସ୍ୟା ନାହିଁ। ଲୋକେ ଦାବି ପତ୍ର ଦେଇଛନ୍ତି ତାହା ଜିଲ୍ଲାପାଳଙ୍କୁ ଦିଆଯିବ।


ଦେଶର ଏକ ବୃହତ୍ତ ସ୍ଵାର୍ଥ ଦୃଷ୍ଟିରୁ ଲୋକେ ନିଜ ପୂର୍ବପୁରୁଷଙ୍କ ଜମି ଛାଡି ବିସ୍ଥାପିତ ହେଉଛନ୍ତି। ମାତ୍ର ଏମସିଏଲ ବର୍ତ୍ତମାନ ଯେଭଳି ଭାବରେ ଏହି ବିସ୍ଥାପିତଙ୍କ ଉପରେ ଦାଉ ସାଜୁଛି ତାହା ବାସ୍ତବିକ ନିନ୍ଦାର ବିଷୟ। ଏମସିଏଲ ଅଧିକାରୀଙ୍କ ଏଭଳି ମନମୁଖୀ କାରବାର ପାଇଁ  ବିସ୍ଥାପିତଙ୍କ ମଧ୍ୟରେ ଏକ  ବଡଧରଣର ଆନ୍ଦୋଳନ ଦାନା ବାନ୍ଧୁଥିବାର ସୁରାକ୍ ମିଳୁଛି।

Sundargarh Displacement MCL Jobs
Advertisment
Advertisment