Jagannath Temple Puri
ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା । ଆଇନ ମନ୍ତ୍ରୀ କହିଛନ୍ତି, ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏହି ସପ୍ତାହ ଭିତରେ ପରିଚାଳନା କମିଟି ଗଠନ ହୋଇଯିବ । ଏହାପରେ କମିଟିର ନିଷ୍ପତ୍ତି ଏବଂ ପରାମର୍ଶ କ୍ରମେ ନାଟ ମଣ୍ଡପ ଭିତରେ ଥିବା ହୁଣ୍ଡିଗୁଡ଼ିକର ସ୍ଥାନାନ୍ତର ସାରି ଶୃଙ୍ଖଳିତ ଦର୍ଶନ ପାଇଁ ହେବ ଧାଡ଼ି ବ୍ୟବସ୍ଥା । ଏହି ନିଷ୍ପତ୍ତିକୁ ଶ୍ରଦ୍ଧାଳୁମାନେ ସ୍ବାଗତ କରିଥିବାବେଳେ ଧାଡ଼ି ଦର୍ଶନ ପାଇଁ କେମିତି ରହିବ ବ୍ୟବସ୍ଥା? ସେନେଇ ବଢ଼ିଛି ଚର୍ଚ୍ଚା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)