କାହିଁକି ବିଳମ୍ବ ହେଉଛି IPS ବଦଳି? କେଉଁଠି ରହିଛି ଅସୁବିଧା? ଅନେକ ଜିଲ୍ଲାରେ ଏସପିଙ୍କ ସ୍ଥାନରେ କାମ କରୁଛନ୍ତି ଡିଆଇଜି ରାଙ୍କର ଅଫିସର। ରାଜ୍ୟରେ ନୂଆ ସରକାରକୁ ୩ ମାସ ପୁରିବାକୁ ବସିଲାଣି। ପୋଲିସ ବିଭାଗ ନୂଆ ମୁଖିଆ ୱାଇ.ବି. ଖୁରାନିଆ ବି ତିନି ସପ୍ତାହ ହେଲା ଦାୟିତ୍ୱ ନେଲେଣି। ତେଣୁ ପାୱାର କରିଡରରେ ଚର୍ଚ୍ଚା ଆଇପିଏସ୍ ସ୍ତରରେ ବଦଳି କେବେ ? ଆଶଙ୍କାରେ ବିଜେଡି ଲିଙ୍କ୍ ରେ ଥିବା ଆଇପିଏସ୍ ଅଧିକାରୀ।
Published By: Satyendu Shekher Mishra
Last updated: 09 September 2024, 10:52 PM IST
ଏବେ ବି ଆଖି ଆଗରେ ନାଚୁଛି ମୃତ୍ୟୁ । ମାତ୍ର ୫ ଫୁଟ୍ ଦୂରରେ ଥିବା ଆତଙ୍କୀଠୁ ବର୍ତ୍ତି ଘରକୁ ଫେରିବା ପରେ ପହଲଗାମ୍ ଅନୁଭୂତି ବଖାଣିଲେ କଟକର ଭୋଳ ପରିବାର । ୪ ସଦସ୍ୟଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା ବେଳେ, ବଞ୍ଚିଥିବା ଯାଏଁ ଆଉ କାଶ୍ମୀର ଯିବୁନି ବୋଲି କହିଛନ୍ତି ସେମାନେ। ସେପଟେ ଅନ୍ୟ ପ୍ରତ୍ୟକ୍ଷଦର୍ଶୀ ବି ବଖାଣିଛନ୍ତି ସେଦିନର ଲୋମଟାଙ୍କୁରା କାହାଣୀ। ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଜଣେ ମହିଳାଙ୍କୁ କିଭଳି ସିନ୍ଥିରୁ ସିନ୍ଦୁର ପୋଛିବା ଯାଏଁ କଥା ଯାଇଥିଲା, ଦେଖନ୍ତୁ ଏହି ରିପୋର୍ଟରେ ।