ଏ ରାସ୍ତା ସବୁବେଳେ ଏମିତି ନା ଏଇ ବର୍ଷ। ବୋଲି? ଏଇ ବାଟେ ଗର୍ଭବତୀଟେ ଯିବ ତ! ଆମ୍ବାଲାନ୍ସ ଯିବ ନା ଓଲଟି ପଡିବ? ଏ ଦୃଶ୍ୟ ହେଉଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ତେହେରାଇ ଛକ ଠାରୁ ସର୍ଗିଗଡ଼ ଓ କେନ୍ଦୁଝର କାଳିମାଟିକୁ ସଂଯୋଗ କରୁଥିବା ରାସ୍ତା । ମାତ୍ର ପାଞ୍ଚ କିଲୋମିଟର ରାସ୍ତାରେ ପାଞ୍ଚଶହରୁ ଅଧିକ ଗର୍ତ୍ତ । ଯେଉଁ ରାସ୍ତାରେ ପାଦରେ ଚାଲିବା କାଠିକର ପାଠ ସେଇ ରାସ୍ତାରେ ରାତି ପାହିଲେ ଗଡୁଛି ହଜାର ହଜାର ଲୁହା ପଥର ବୋଝେଇ ଭରିଯାନ ।
Published By: Sonali Ojha
Last updated: 06 August 2024, 01:25 PM IST
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।