Advertisment

୨ ଦିନ ପରେ ଆଲୋକର ପର୍ବ... ହେଲେ ନା ଦୀପ ଶୁଖୁଛି, ନା ଭାଟି ଜଳୁଛି

ଜଳନ୍ତା ଭାଟିରେ ନିଷ୍ଠୁର ବର୍ଷା ପାଣି ପଶି ବରବାଦ କରିଦେଇଛି ଦାନାପାଣିର ଉତ୍ସକୁ ।

author-image
Satyendu Shekher Mishra

ଦିନେ ଘିରି ଘିରି ହୋଇ ଚକ ବୁଲୁଥିଲା ...ଏମିତି ଚକ ଘୁରିଲେ ଦି’ମୁଠା ଦାନା ମିଳୁଥିଲା...ପେଟ ବି ପୁରୁଥିଲା...ଏବେ କିନ୍ତୁ ପେଟର ସେହି ଭୋକ ସତେ ଯେମିତି ବତୁରିଯାଇ ବାତ୍ୟା ପରବର୍ତ୍ତୀ ବର୍ଷା ପାଣିରେ ମିଳେଇ ଯାଇଛି । ଯେଉଁ କୁମ୍ଭାର ପରିବାରଟିଏ ଦୀପାବଳି ଆସିଲେ ଦି’ପଇସା ରୋଜଗାର ଆଶା ରଖୁଥିଲା, ଆଶା ଏବେ ଧୋଇଯାଇଛି । ୨ ଦିନ ପରେ ଆଲୋକର ପର୍ବ । ହେଲେ ନା ଦୀପ ଶୁଖୁଛି, ନା ଭାଟି ଜଳୁଛି । ଭାଟିର ଏହି ଦରପୋଡ଼ା କାଠ ଭଳି ସତେ ଯେମିତି ଏହି କୁମ୍ଭାରପୁଅର ଭାଗ୍ୟ ବି ଅଙ୍ଗାର ପାଲଟିଯାଇଛି । ଏ ହେଲେ ପୁରୁଣା ବାଲେଶ୍ୱର କୁମ୍ଭାରସାହିର କାର୍ତ୍ତିକ ଦାସ । ଜଳନ୍ତା ଭାଟିରେ ନିଷ୍ଠୁର ବର୍ଷା ପାଣି ପଶି ବରବାଦ କରିଦେଇଛି ଦାନାପାଣିର ଉତ୍ସକୁ ।

Advertisment
Advertisment
Advertisment