Advertisment

ମଝି ରାତିରେ ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’

ମଝି ରାତିରେ ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’। ରାତି ପାହିଲା ବେଳକୁ ଅସମ୍ଭାଳ ବର୍ଷା ଅଜାଡ଼ି, ଉଜାଡ଼ି ଦେଇଗଲା ସବୁକିଛିକୁ। ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା। ବାତ୍ୟା ଫେରିଯିବାର ୩ ଦିନ ପରେ ବି ଏହି ୩ ଜିଲ୍ଲାରେ ଛାଇ ରହିଛି ଦୁଃଖର କଳା ବାଦଲ।

author-image
Santosh Kumar Sahoo

ଫେରିଯାଇଛି ବାତ୍ୟା...ନା ମେଘ ଅଛି ନା ପବନ...ଉଦୁଉଦୁଆ ଖରା...ହେଲେ ଦାଉ ସାଧୁଛି ବାତ୍ୟା ପରବର୍ତ୍ତୀ ବର୍ଷା ଜଳ...ତାରି ଭିତରେ ୨ ଦିନ ଧରି କଷ୍ଟେ ମଷ୍ଟେ
ଚଳିଯିବା ପରେ ଆଜି ବତୁରା ଚୁଲିରେ ହାଣ୍ଡି ବସି ଭାତ ଫୁଟିଛି..ହେଲେ ଘରୁ ପଦାକୁ ଗୋଡ଼ କାଢ଼ିଲା ବେଳକୁ ଘର ଦାଣ୍ଡରେ ଢେଉ ଖେଳୁଛି ବର୍ଷା ପାଣି। ସାଳନ୍ଦୀ ଓ ଶାଖା ନଦୀ ନାଳିଆ ଫୁଲିଥିବାରୁ ଯୁଆଡ଼େ ଚାହିଁବେ ପାଣି...ଗାଁ ଦେବତୀ ବି ଜଳବନ୍ଦୀ। ଭଦ୍ରକ ତିହିଡ଼ି ବ୍ଲକର ୭ଟି ପଞ୍ଚାୟତ ଏବଂ ଧାମନଗର ବ୍ଲକର ପ୍ରାୟ ୭ଟି ପଞ୍ଚାୟତ ୧୫ ଗାଁ ଏବେ ବି ଏଭଳି ଜଳବନ୍ଦୀ ଅବସ୍ଥାରେ।

Advertisment
Heavy Rainfall Cyclone Dana
Advertisment
Advertisment