Advertisment

ବାତ୍ୟା ‘ଦାନା’ ଖୋଲିଦେଲା ଆବାସ୍ ପୋଲ୍

ପ୍ରତି ବର୍ଷ ବାତ୍ୟା ଆସୁଛି। ଝାଟି ମାଟି ଘର ଭାଙ୍ଗୁଛି। ଆଉ ବିପନ୍ନ ପୁଣିଥରେ ସେଇ କଚ୍ଚା ଘର ତିଆରି କରୁଛି। ପିଏମ୍ ଆବାସ ପାଇଁ ଆବେଦନ କରି ହିତାଧିକାରୀ ବଞ୍ଚିତ ହେଉଛନ୍ତି।

author-image
Santosh Kumar Sahoo

ବାତ୍ୟା 'ଦାନା' ଖୋଲିଲା ଆବାସ ପୋଲ୍। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପୂର୍ବ ସରକାରକୁ ମାରିଲେ ତେରଚ୍ଛା ବାଣ। କହିଲେ ବାତ୍ୟା ପ୍ରବଣ ଓଡ଼ିଶାରେ କାହିଁକି
ପ୍ରତି ଥର ବାତ୍ୟାରେ ଝାଟି ମାଟି ଘର ଭାଙ୍ଗୁଛି? ପିଏମ୍ ଆବାସ ଯୋଜନାରେ ହୋଇଛି କି ବ୍ୟାପକ ଅନିୟମିତତା? ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରି ଆଜି ରାଜସ୍ବ ମନ୍ତ୍ରୀ
କହିଛନ୍ତି, ଝାଟି ମାଟି ଘର ଭାଙ୍ଗିଥିଲେ ତାର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇଦିଆଯିବ। କିନ୍ତୁ କାହିଁକି ଏତେ ଗରିବ ଶ୍ରେଣୀର ଲୋକ ପିଏମ୍ ଆବାସ ଯୋଜନାର ସୁବିଧା ଏଯାଏଁ ପାଇପାରିନାହାନ୍ତି? ମନ୍ତ୍ରୀ କହିଛନ୍ତି ଆମ ସରକାର ଦୀର୍ଘ ମିଆଦି ପଦକ୍ଷେପ ନେବାକୁ ଯାଉଛନ୍ତି। ଯେପରି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଆଉ ଆଗକୁ ଘର ଭାଙ୍ଗିବନି। ସେପଟେ ବିଜେଡି କହିଛି ନବୀନ ସରକାରରେ ଆବାସ ଯୋଜନାରେ କୌଣସି ଦୁର୍ନୀତି ହୋଇନି।

Advertisment
Cyclone Dana PM Awas Yojana
Advertisment
Advertisment