ପୁଣି ଖୋଲିଲା ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ରାଜନେତା ନବ କିଶୋର ଦାସଙ୍କ ହତ୍ୟା ମାମଲା ଡାଏରୀ । ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ପୁଅ ଝିଅଙ୍କୁ ନୋଟିସ୍ କରିଛି କ୍ରାଇମବ୍ରାଞ୍ଚ । ଚଳିତ ସପ୍ତାହରେ ହାଜର ଦେବାକୁ ଦୀପାଳି ଦାସ୍ ଓ ବିଶାଳ ଦାସଙ୍କୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ। ଚଳିତ ସପ୍ତାହରେ କୌଣସି ଦିନ ହାଜର ହେବାକୁ ନୋଟିସ୍ କରାଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କିଛି ଆପତ୍ତି ଥିଲେ ଉଭୟ ଜଣାଇପାରିବେ। ଉଭୟଙ୍କ ବୟାନ ମାମଲାକୁ ଦେଇପାରେ ନୂଆମୋଡ଼ ।
Published By: Santosh Kumar Sahoo
Last updated: 01 March 2025, 09:48 AM IST
ରାସନ କାର୍ଡରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ପାଇଁ ଖୁସି ଖବର। ଆବେଦନ କରିବାକୁ ମିଳିବ ପୁଣି ସୁଯୋଗ। ବାଦ୍ ପଡ଼ିଥିବା ଯୋଗ୍ୟ ପରିବାର ପାଇଁ ଆଜିଠୁ ଖୋଲିବ ପୋର୍ଟାଲ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।