Advertisment

Pahalgam Attack: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ, ସ୍ତ୍ରୀଙ୍କୁ ଚାକିରି

ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥିଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଓ ତାଙ୍କ ସ୍ତ୍ରୀକୁ ଚାକିରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

author-image
Namita Biswal

ବାଲେଶ୍ୱର ଇସାଣୀ ଗାଁରେ ପହଞ୍ଚି ପ୍ରଶାନ୍ତ ଶତପଥିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରି କହିଛନ୍ତି, ''ପ୍ରଶାନ୍ତଙ୍କ ପରିବାରର ଦାୟିତ୍ୱ ସରକାର ନେବେ । ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଏବଂ ପୁଅର ପାଠପଢା ବ୍ୟବସ୍ଥା କରାଯିବ ।' ଜମ୍ମୁ-କାଶ୍ମୀରର ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ପ୍ରଶାନ୍ତ ଶତପଥୀ । ଆଜି ଭୋରରେ ବାଲେଶ୍ୱରର ଜନ୍ମମାଟିରେ ପହଞ୍ଚିଛି ଏହି ଓଡ଼ିଆ ପୁଅଙ୍କ ମୃତଦେହ ।

Advertisment
Terror Attack In Kashmir Chief Minister Mohan Majhi
Advertisment
Advertisment