ଖୋଲିପାରେ ପୂର୍ବ ସରକାର ସମୟରେ ମିଶ୍ରଣ ପାଇଁ ବନ୍ଦ ପଡ଼ିଥିବା ସ୍କୁଲର ତାଲା । ଏନେଇ ସରକାରଙ୍କ ନୀତିଗତ ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଯେଉଁ ସବୁ ଅଞ୍ଚଳରୁ ନିବେଦନ ଆସିବ ସେଠାରେ ଜିଲ୍ଲା କମିଟି ଓ ରାଜ୍ୟ କମିଟି ଅନୁମୋଦନ କ୍ରମେ ଗଣଶିକ୍ଷା ବିଭାଗ ଚୂଡାନ୍ତ ଅନୁମତି ଦେବ । କିନ୍ତୁ, ଏଥିପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସର୍ବନିମ୍ନ ପିଲାଙ୍କ ସଂଖ୍ୟା ୨୦ ଏବଂ ଅଣ ସଂରକ୍ଷିତ ଅଞ୍ଚଳ ପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୦ ହେବା ଆବଶ୍ୟକ । ଏହି ସୂଚନା ସହ ବିଗତ ସରକାରକୁ ବି ଟାର୍ଗେଟ୍ କରିଛନ୍ତି ମନ୍ତ୍ରୀ ।
Published By: Deviprasad Jena
Last updated: 28 March 2025, 10:35 PM IST
ମେ' ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା। ଏପ୍ରିଲ ୧୬ରୁ ୨୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା । ୭୮ଟି ଅଫଲାଇନ୍, ୭୦ଟି ଅନଲାଇନ୍ କେନ୍ଦ୍ର ହୋଇଛି। ଖାତା ମୂଲ୍ୟାଙ୍କନ କରିବେ ୧୬ ହଜାର ଅଧ୍ୟାପକ ।