Advertisment

ଯାଜପୁରରେ ରଜ ପର୍ବରେ ଭୋଜି ମନା

ଯାଜପୁର ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା। ରଜପର୍ବରେ ସାମୁହିକ ସମାବେଶ ବେଳେ ଭୋଜିକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଜିଲ୍ଲାରେ କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେବା ସହ ସ୍ବାସ୍ଥ୍ୟ ପରାମର୍ଶ ଜାରି କରାଯାଇଛି।

author-image
Santosh Kumar Sahoo

ଯାଜପୁର ଜିଲ୍ଲାରେ ରଜ ପର୍ବ ବେଳେ ଭୋଜି ମନା । ରଜ ପର୍ବରେ ସାମୁହିକ ସମାବେଶ ବେଳେ ଭୋଜିକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଜିଲ୍ଲାରେ କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେବା ସହ ସ୍ବାସ୍ଥ୍ୟ ପରାମର୍ଶ ଜାରି କରାଯାଇଛି । କଲେରା ଚିହ୍ନଟ ଯୋଗୁ ବାହାରର ଅସ୍ବାସ୍ଥ୍ୟକର ଖାଦ୍ୟ ଏବଂ ପାଣି ନ ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏଥି ସହ ସର୍ବଦା ଘର ରନ୍ଧା ଖାଦ୍ୟ, ଫୁଟା ଓ ଫିଲ୍ଟର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଡାଇରିଆ ଲକ୍ଷଣ ଦେଖାଗଲେ ଆଶା କିମ୍ବା ଅଙ୍ଗନବାଡ଼ି ଦିଦି ନଚେତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରୁ ସହାୟତା ନେବାକୁ ପରାମର୍ଶ ଦିଆଯାଉଛି ।

Advertisment
Jajpur
Advertisment
Advertisment