RI, ARI, ଅମିନ ପରୀକ୍ଷା ପାଇଁ ବିବାଦୀୟ ହୋଇପଡ଼ିଥିବା OSSSC ପାଇଁ ଏବେ ନୂଆ ଚାଲେଞ୍ଜ । ଗ୍ରେଡ୍-ସି ପଦବି ଲାଗି ୩ ହଜାର ପଦବୀ ପାଇଁ ପ୍ରିଲିମ୍ରେ ପାସ୍ କରିଛନ୍ତି ପ୍ରାୟ ୩ ଲକ୍ଷ ପିଲା । ହେଲେ ପରୀକ୍ଷାର ସ୍ବଚ୍ଛତା ନେଇ ବିବାଦ ଘରରେ ଥିବା OSSSC କେମିତି ଏତେ ସଂଖ୍ୟକ ପିଲାଙ୍କ ପାଇଁ ମେନ୍ ପରୀକ୍ଷା କରିବ ତାକୁ ନେଇ ଉଠିଛି ପ୍ରଶ୍ନ ।
ପ୍ରିଲିମ୍ ପରୀକ୍ଷାରେ ବିବାଦ ପରେ ମେନ୍ ପାଇଁ ସମସ୍ତେ ଯୋଗ୍ୟ । ମାତ୍ର ୯ ଜଣଙ୍କୁ ଛାଡ଼ି ପ୍ରାୟ ୩ ଲକ୍ଷ ପିଲା ଦେବେ ମୁଖ୍ୟ ପରୀକ୍ଷା । RI, ARI, ଅମିନ, ICDS ସୁପରଭାଇଜର ଏବଂ SFS ପ୍ରିଲିମ୍ ରେ ସ୍ବଚ୍ଛତାକୁ ନେଇ ବାରମ୍ବାର ଆନ୍ଦୋଳନ ପରେ ଶେଷରେ ଗତ ୨୨ ତାରିଖରେ ପ୍ରକାଶ ପାଇଥିଲା ରେଜଲ୍ଟ । ପ୍ରାୟ ସମସ୍ତ ଆବେଦନକାରୀ ମୁଖ୍ୟ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ହେଲେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବା OSSSCର ଏଭଳି ଫଳକୁ ନେଇ ସେତେଟା ଖୁସି ନାହାନ୍ତି ଅନେକ ପରୀକ୍ଷାର୍ଥୀ ।
Published By: Deviprasad Jena
Last updated: 26 April 2025, 11:08 PM IST
ପହଲଗାମରେ ଆତଙ୍କବାଦୀଙ୍କ ଦ୍ଵାରା ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କୁ ବିଜେଡି ସାଂସଦ ସୁଲତା ଦେଓଙ୍କ ଉପହାସ । ସମ୍ବେଦନଶୀଳ ପ୍ରସଙ୍ଗରେ ସାରା ଦେଶ ମୃତକଙ୍କ ପରିବାର ସହ ଏକାଠି ରହି ସ୍ବାନ୍ତନା ଦେଉଥିବାବେଳେ ସୁଲତାଙ୍କ ଏହି ମନ୍ତବ୍ୟ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି ।