ଖୁବଶୀଘ୍ର ପୁରୀ ଏୟାରପୋର୍ଟ କାମ
ଦୀଘା-ଦିଅଁ ଓ ଦିଦି ବିବାଦ ଭିତରେ ପୁରୀ ପାଇଁ ଭଲ ଖବର । କାରଣ ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତିକ ଗ୍ରୀନଫିଲ୍ଡ ବିମାନବନ୍ଦର ନିର୍ମାଣ ଉପରେ ବାଜିଛି ନୀତିଗତ ମୋହର । ଗ୍ରୀନ୍ ସିଗ୍ନାଲ ସହ ମଞ୍ଜୁରୀ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଫଳରେ ଜଗନ୍ନାଥ ଧାମ ସହ ଆକାଶପଥରେ ଦେଶର ପ୍ରମୁଖ ବଡ଼ ସହର ଯୋଡ଼ି ହେବାର ଆଶା ବଢ଼ିଛି । ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ୧୧୬୪ ଏକର ଜମି ଉପରେ ନିର୍ମାଣ ହେବ ପ୍ରସ୍ତାବିତ ପୁରୀ ବିମାନବନ୍ଦର । ସେଥିମଧ୍ୟରୁ ୯୪୩ ଏକର ସରକାରୀ ଜମି ଥିବା ବେଳେ ୨୨୧ ଏକର ଘରୋଇ ଜମି ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)