Advertisment

ଜଙ୍ଘରେ ଜଗନ୍ନାଥ ଟାଟୁ: ୨ ଗିରଫ

କୋଟି ଓଡ଼ିଆଙ୍କ ମଉଡମଣୀ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ହୋଇଛି କି ଅପମାନ୍ ? ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ବିବାଦରେ ବିଦେଶିନୀ। ଟାଟୁ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ପାରେ ବଢିବାରେ ଲାଗିଛି ବିବାଦ।

author-image
Santosh Kumar Sahoo

ଓଡ଼ିଆଙ୍କ ଧାର୍ମିକ ଭାବନାକୁ ପୁଣି ଆଘାତ। ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ତେଜୁଛି ଅସନ୍ତୋଷ। ଟାଟୁ ଆର୍ଟିଷ୍ଟ ଓ ମାଲିକଙ୍କ ମାଲିକଙ୍କ ନାଁରେ ସହିଦ୍ ନଗର ଥାନାରେ ଲିଖିତ ଅଭିଯୋଗ ପରେ ଦୁହିଁଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ। ଧର୍ମୀୟ ଭାବନା କୁଠାରଘାତ ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି । ବିବାଦ ପରେ କ୍ଷମା ମାଗିଛନ୍ତି ବିଦେଶିନୀ ଓ ଟାଟୁ ପାର୍ଲର ମାଲିକ । ହେଲେ ମୋବାଇଲରେ ନୁହେଁ ବରଂ ପୁରୀ ଯାଇ ଶ୍ରୀମନ୍ଦିର ସମ୍ମୁଖରେ ଆଣ୍ଠେଇକି କ୍ଷମା ମାଗିବାକୁ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ ।

Advertisment
Bhubaneswar
Advertisment
Advertisment