Advertisment

୨୪, ୨୫ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ୟୁଏଫବିୟୁର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି ନିଯୁକ୍ତି, ଚାକିରି ସୁରକ୍ଷା ଏବଂ ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ। ଦାବି ଗୁଡ଼ିକର ବିଚାର ନେଇ ଚିଫ୍ ଲେବର କମିଶନରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରହିଥିବା କୁହାଯାଉଛି।

author-image
Santosh Kumar Sahoo

ସ୍ଥଗିତ ରହିଲା ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟ। ଆସନ୍ତା ୨୪ ଏବଂ ୨୫ ତାରିଖରେ ଦୁଇଦିନ ଧରି ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖିଲା ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ତଥା UFBU। ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍-ଆଇବିଏ ସହିତ ଆଲୋଚନା ବିଫଳ ହେବା ପରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଚଳିତ ମାସ ୨୪ ଏବଂ ୨୫ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲା। ୟୁଏଫବିୟୁର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି ନିଯୁକ୍ତି, ଚାକିରି ସୁରକ୍ଷା ଏବଂ ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ। ଦାବି ଗୁଡ଼ିକର ବିଚାର ନେଇ ଚିଫ୍ ଲେବର କମିଶନରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରହିଥିବା କୁହାଯାଉଛି।

Advertisment
Bank Strike Odisha
Advertisment
Advertisment