ପିଲାଙ୍କୁ ପାଠ ପଢ଼ାନ୍ତି... ପିଲାଙ୍କ ସହ ଖେଳନ୍ତି... ଆଉ ଏ ଛୋଟଛୋଟ ଛୁଆମାନଙ୍କର ଏମିତି ଯତ୍ନ ନିଅନ୍ତି ଦିଦି ଲିଲି ପୁଷ୍ପିକା ଏକ୍କା । ସବୁକିଛି ସରିବା ପରେ ସ୍କୁଲ ହତାରେ ଗଛମାନଙ୍କ ସହ କିଛି ସମୟ ବିତାନ୍ତି । ଏମିତି କଟେ ଅଙ୍ଗନବାଡି ଦିଦି ଲିଲି ପୁଷ୍ପିକାଙ୍କ ସବୁଦିନଆ ସକାଳ । ଆଉ ତାଙ୍କର ଏହି ସ୍ୱତନ୍ତ୍ର ଜୀବନ ଶୈଳୀ ତାଙ୍କୁ ଆଜି ଏକ ନୂଆ ପରିଚୟ ଦେବାକୁ ଯାଉଛି । କାରଣ ସ୍ୱାଧୀନତା ଦିବସରେ ଦିଲ୍ଲୀ ଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ପାଖକୁ ଚିଠି ଆସିଛି ।
Published By: Sonali Ojha
Last updated: 11 August 2024, 10:45 AM IST
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।