Advertisment

ଥମୁନି ଅଚ୍ୟୁତ ସାମନ୍ତଙ୍କ ପୁରୁଣା ଖୋଇ

ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଥିବାବେଳେ ତାର ଉତ୍ତର ଦେବାକୁ ସେ ସାମ୍ନାକୁ ତ ଆସୁନାହାନ୍ତି, ବରଂ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ କରି ଓଟିଭିକୁ ଟାର୍ଗେଟ୍ କରି ଚାଲିଛନ୍ତି।

author-image
Santosh Kumar Sahoo

କିଟ୍ କାଣ୍ଡ, କିସ୍ ତଥ୍ୟ ଲୁଚା ହେଉ କି ଜମି କେଳେଙ୍କାରୀ, ଏସବୁକୁ ନେଇ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଥିବାବେଳେ ତାର ଉତ୍ତର ଦେବାକୁ ସେ ସାମ୍ନାକୁ ତ ଆସୁନାହାନ୍ତି, ବରଂ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ କରି ଓଟିଭିକୁ ଟାର୍ଗେଟ୍ କରି ଚାଲିଛନ୍ତି। ଏହିକ୍ରମରେ ଆଜି କିସର ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀ ସଂଘକୁ ଢାଲ କରି ତାଙ୍କ ଦ୍ବାରା ସାମ୍ବାଦିକ ସମ୍ମିଳନୀ ଡାକି ଓଟିଭି, ଓଟିଭିର ଏମଡି ଓ ସାସଂଦ ବୈଜୟନ୍ତ ପଣ୍ଡାଙ୍କୁ ବି ଧମକାଇବାକୁ ପଛାଇ ନାହାନ୍ତି। ତେବେ ଓଟିଭିରେ ଯେଉଁ ସବୁ ଖବର ପ୍ରସାରଣ ହେଉଛି ତାହା ସିଡବ୍ଲୁସି ଓ ରାଜ୍ୟ ସରକାରଙ୍କ ତଥ୍ୟ ଆଧାରିତ, ଏବଂ ଏସବୁ କଣ ମିଛ ତଥ୍ୟ କି ବୋଲି ପଚରାଯାଇଥିବା ପ୍ରଶ୍ନରେ ସାମ୍ବାଦିକ ସମ୍ମିଳନୀ ଡାକିଥିବା ଛାତ୍ରଛାତ୍ରୀ ଥ ଥ ମ ମ ତ ହେଲେ, ତାସହ ପ୍ରେସମିଟ୍ ଅଧାରୁ ଉଠି ପଳାଇଲେ।

Advertisment
Achyuta Samanta KISS KIIT University
Advertisment
Advertisment