Advertisment

ମା’ କୋଳକୁ ଫେରିଲା ଅପହୃତ ଛୁଆ

କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ମା’କୁ ଛୁଆଟିକୁ ହସ୍ତାନ୍ତର କରାଯାଇଥିଲା । ଛୁଆକୁ ପାଇବା ପରେ ଭାବବିହ୍ବଳ ହୋଇ କୋହ ସମ୍ଭଳିପାରିଲେନି ମାଆ ।

author-image
Santosh Kumar Sahoo

ରାଜଧାନୀରୁ ଛୁଆ ଚୋରି ଘଟଣାରେ ଯବନିକା। ତିନି ଦିନ ପରେ ଉଦ୍ଧାର ହେଲା ଅପହୃତ ଶିଶୁ। ଦୃଷ୍ଟିବାଧିତ ମା’ କୋଳକୁ ଫେରିଛି ଅପହୃତ କୁନି ପୁଅ । ୩ ଦିନ, ୩ ରାତିର ଯନ୍ତ୍ରଣାଭରା ଅପେକ୍ଷା ପରେ ଛୁଆକୁ କୋଳରେ କୋଳେଇ ଖୁସିରେ ଗଦଗଦ ହୋଇଯାଇଛି ମାଆ। ଦୀର୍ଘ ୫୦ ଘଣ୍ଟା ପରେ ମା’ କୋଳକୁ ଛୁଆ ଫେରିବା ପରେ କିଛି ଏଭଳି ଦୃଶ୍ୟ ଥିଲା କ୍ୟାପିଟାଲ ହସପିଟାଲ ପରିସରର ଚିତ୍ର । କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ମା’କୁ ଛୁଆଟିକୁ ହସ୍ତାନ୍ତର କରାଯାଇଥିଲା । ଛୁଆକୁ ପାଇବା ପରେ ଭାବବିହ୍ବଳ ହୋଇ କୋହ ସମ୍ଭଳିପାରିଲେନି ମାଆ ।

Advertisment
Bhubaneswar Odisha Commissionerate Police Capital Hospital
Advertisment
Advertisment