ସାନ ଭାଇକୁ ଖୋଜୁଛି ଆଖି
ବଡ ଭାଇ ସୁଶାନ୍ତଙ୍କ ଆଖିରୁ ଲୁହ ଶୁଖୁନି। କ’ଣ ହୋଇଗଲା ତାଙ୍କ ସାନ ଭାଇଙ୍କ ସହ। ମଙ୍ଗଳବାର ରାତିରୁ ତାଙ୍କ ଆଖି ଖୋଜୁଛି ସାନ ଭାଇ ପ୍ରଶାନ୍ତଙ୍କୁ। ମନେ ପକାଉଛନ୍ତି ଭାଇକୁ। କାଶ୍ମୀରରେ ବରଫରେ ଚାଲୁଥିବା ପ୍ରଶାନ୍ତଙ୍କ ଭିଡିଓକୁ ବାରମ୍ବାର ଦେଖୁଛନ୍ତି। ଘଟଣାଦିନ ଭାଇ ପ୍ରଶାନ୍ତଙ୍କ ସହ ଅଧଘଣ୍ଟା ଧରି କଥା ହୋଇଥିଲେ। ହେଲେ ତା ପରର ଘଟଣା ଶୁଣି ପୁରା ହତବାକ ହୋଇପଡିଛନ୍ତି ସୁଶାନ୍ତ। ପାଟିରୁ ଆଉ କଥା ବି ବାହାରୁନି। ଆତଙ୍କବାଦୀ ହମଲାରେ ଭାଇ ପ୍ରଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ତାଙ୍କ ପୁତୁରା କଥା ହୋଇଛନ୍ତି । ସାନ ଭାଇ ଜୟନ୍ତ ଶତପଥୀ ଶ୍ରୀନଗରରେ ହସପିଟାଲରେ ପହଞ୍ଚିସାରିଛି। କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା ଅନୁସାରେ ପ୍ରଶାନ୍ତଙ୍କ ମୃତ ଦେହକୁ ଓଡିଶା ଅଣାଯିବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)