Advertisment

ମାଗଣା ରାସନ ବୋହୁଛନ୍ତି ଥିଲା ବାଲା, ବଡ଼ ବଡ଼ିଆ

ଏଚଆରଏମଏସ୍ ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାର ଭୋଗରାଇରେ ୩୦୨ ଓ ଜଳେଶ୍ବରରେ ୧୮୦ ଜଣ ସରକାରୀ ଚାକିରିଆ ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ହାତୋଉଥିବା ଇକେୱାଇସିରୁ ଧରା ପଡ଼ିଛି। ତେଣୁ ସେମାନଙ୍କୁ ଚିହ୍ନଟ କରି କାର୍ଡ ପ୍ରତ୍ୟାହାର ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ପ୍ରମୁଖ ସଚିବ।

author-image
Santosh Kumar Sahoo

ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ବାଲିଆପାଳ ବ୍ଲକର ରାସନ କାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମରୁ ହସ୍ତଗତ ତଥ୍ୟ ସମସ୍ତଙ୍କୁ ଚମକାଇ ଦେଇଛି। ଜଣେ କି ଦୁଇ ଜଣ ନୁହେଁ ଏଠି ୧୬୫ଜଣ ସରକାରୀ ଚାକିରିଆ ପ୍ରତି ମାସରେ ଘରକୁ ବୁହାଇ ନେଉଛନ୍ତି ରାସନ ସାମଗ୍ରୀ। ରାସନ କାର୍ଡ ନମ୍ବର- ୦୨୦୨୦୧୧୦୪୭୩। ଏ ହେଲେ ଅଲଡିହା ଗାଁର ମକୁନ୍ଦଦେବ ପଦରାୟ, ଜଣେ ଜୁନିଅର ଇଞ୍ଜିନିୟର। ସେମିତି ୧୦ ନମ୍ବରରେ ଥିବା ବଢପାଳ ଗାଁର ଜନ୍ମେଜୟ ପାତ୍ର, ଜଣେ ଜିଏସଟି ଅଫିସର।

Advertisment
Odisha Ration Card
Advertisment
Advertisment