Advertisment

୨ ଜଣଙ୍କୁ ନୂଆ ଜୀବନ ଦେଲେ CRPF ଯବାନ

ଗୋଟିଏ ପଟେ କୃଷ୍ଣଚନ୍ଦ୍ରଙ୍କ ଶରୀରରୁ ଅଙ୍ଗ କଢ଼ା ଯାଉଥିଲା ତ ଅନ୍ୟପଟେ ଶୋକାକୁଳ ପରିବେଶରେ ଫାଟି ପଡୁଥିଲା ହସ୍ପିଟାଲ ପରିସର।

author-image
Santosh Kumar Sahoo

ଦିନେ ଦେଶ ପାଇଁ ପ୍ରାଣବଳୀ ଦେବାକୁ ଶପଥ ନେଇଥିଲେ ଆଉ ଏବେ ଅଙ୍ଗ ଦାନ କରି ଦୁଇ ଜଣଙ୍କୁ ନୂଆ ଜୀବନ ଦେଇ ଅମର ହୋଇଗଲେ ଆମେ କହୁଛୁ, ଖୋର୍ଦ୍ଧା ସାରୁଅର ୪୮ ବର୍ଷୀୟ ସିଆରପିଏଫ୍ ଯବାନ କୃଷ୍ଣଚନ୍ଦ୍ର ମହାଭୋଇଙ୍କ କଥା । ୨ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ଥିଲେ କୃଷ୍ଣଚନ୍ଦ୍ର। ନିୟମିତ ଡାଏଲିସିସ୍ ଚାଲିଥିଲା । ହେଲେ ଗତ ୨୦ ତାରିଖରେ ହଠାତ୍ ମସ୍ତିଷ୍କରୁ ରକ୍ତସ୍ରାବ ହେଲା । ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ। କିନ୍ତୁ ସେଠି ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର। ତତ୍କାଳ କୃଷ୍ଣଚନ୍ଦ୍ରଙ୍କ ଅଙ୍ଗ ଦାନ କରି ଅନ୍ୟ କାହାରି ଜୀବନ ବଞ୍ଚାଇବାକୁ ପରିବାର ଲୋକଙ୍କ ଅନୁମତି ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ହାର୍ଟ ଓ ଲିଭର, ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବାହାର କରାଯାଇ, ହୃତପିଣ୍ଡକୁ କୋଲକାତାର ଟାଟା ମେଡିକାଲ ଓ ଯକୃତକୁ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲର ଜଣେ ଲେଖାଏଁ ରୋଗୀଙ୍କଠାରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଛି ।

Advertisment
Organ Donation CRPF Jawans
Advertisment
Advertisment