ଫିଙ୍ଗିଲେ ଲଙ୍କାଗୁଣ୍ଡ, ଭୁସିଲେ ଛୁରୀ
ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ ତଥା କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କ ସନ୍ଦେହଜନକ ମୃତ୍ୟୁ। ଯିଏ ଦିନେ ଆଇନ ଶୃଙ୍ଖଳା କଥା ବୁଝୁଥିଲେ ସେ ଆଜି ଛୁରି ମାଡରେ ମୃତ୍ୟୁର ଶିକାର। ତାହା ପୁଣି ଖୋଦ୍ ତାଙ୍କ ନିଜ ଘର ଭିତରେ। ଆଉ ଏ ସମଗ୍ର ଘଟଣାରେ ପୋଲିସ ଓମ ପ୍ରକାଶଙ୍କ ପତ୍ନୀଙ୍କୁ ସନ୍ଦେହ କରି ଅଟକ ରଖି ପଚରା ଉଚରା କରୁଛି। ତେବେ ବିଭିନ୍ନ ସୁତ୍ରରୁ ପ୍ରକାଶ ପାଇଥିବା ଖବର ଅନୁସାରେ ଓମ ପ୍ରକାଶଙ୍କ ପତ୍ନୀ ନିଜେ ହିଁ ଏ ଜଘନ୍ୟ କାଣ୍ଡ ଭିଆଇ ଛନ୍ତି। ନିଜ ସ୍ୱାମୀଙ୍କ ମୁହଁକୁ ପୁଳା ପୁଳା ଲଙ୍କାଗୁଣ୍ଡ ଫିଙ୍ଗି ରୋଷେଇ ଘର ଛୁରିରେ ବାରମ୍ବର ଆଘାତ କରି ମାରିଦେଇଥିବା ସନ୍ଦେହ କରାଯାଉଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ନିଜେ ତାଙ୍କ ପତ୍ନୀ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର୍ ବୋଲି ପୋଲିସ୍ ସନ୍ଦେହ କରୁଛି। ଦୀର୍ଘ ଦିନର ପାରିବାରିକ କଳହ, ସମ୍ପତ୍ତି ଲୋଭ ଏବଂ ପତ୍ନୀଙ୍କ ମାନସିକ ସ୍ଥିତି ଖରାପ୍ ଥିବା ଭଳି ଏକାଧିକ ଘଟଣା ଏଥିରେ ରହିଥାଇ ପାରେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)