Traffic Fines
ଆପଣଙ୍କ ଗାଡ଼ିର ଇ-ଚାଲାଣ ପେଣ୍ଡିଂ ଅଛି କି ? ଆପଣ ଏଯାଏଁ ଟ୍ରାଫିକ ଫାଇନ ଦେଇ ନାହାନ୍ତି କି ? ତେବେ ହୋଇଯାଆନ୍ତୁ ସତର୍କ, ରଦ୍ଦ ହୋଇପାରେ ଲାଇସେନ୍ସ । ହଁ ଦର୍ଶକବନ୍ଧୁ, ବାକିଥିବା ଟ୍ରାଫିକ ଇ-ଚାଲାଣ ନ ଭରିଲେ ରଦ୍ଦ ହେବ ଲାଇସେନ୍ସ । ୩ ମାସ ମଧ୍ୟରେ ଟ୍ରାଫିକ ଫାଇନ୍ ଭରିବାକୁ ପଡିବ । ଏଥିସହ ରେଡ୍ ସିଗ୍ନାଲ ଏବଂ ବିପଦପୂର୍ଣ୍ଣ ଗାଡ଼ି ଚାଲାଣ ପାଇଁ ଯଦି ତିନୋଟି ଚାଲାଣ କଟିଥିବ ତା'ହେଲେ ମଧ୍ୟ ଲାଇସେନ୍ସ ରଦ୍ଦ ହେବ । କେନ୍ଦ୍ର ସରକାର ଏନେଇ ଯୋଜନା କରୁଥିବା ବେଳେ ଖୁବଶୀଘ୍ର ନିୟମ ଲାଗୁ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)