ସେନା ନେବ ପ୍ରତିଶୋଧ
ରକ୍ତର ଜବାବ ରକ୍ତରେ । କଡ଼ାଗଣ୍ଡାର ହିସାବ ନେବ ଦେଶ । ଦେଶବାସୀ ଚାହୁଁଛନ୍ତି ପ୍ରତିଶୋଧ । ଆତଙ୍କବାଦୀଙ୍କୁ ଦିଆଯିବ ମୁହଁତୋଡ଼ ଜବାବ । ସାପ ଗାତରେ ହାତ ମାରି ଭୁଲ୍ କରିଦେଲେ ଆତଙ୍କୀ । ଏବେ ସେମାନଙ୍କୁ ଆଉ ନିସ୍ତାର ନାହିଁ । ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରାଯିବ । ରକ୍ତର ଜବାବ ସେମାନଙ୍କୁ ରକ୍ତରେ ମିଳିବ । ଆତଙ୍କୀଙ୍କଠାରୁ ବଦଳା ନେବେ ଭାରତୀୟ ଯବାନ । ଯିଏ ଧର୍ମପଚାରି ହତ୍ୟା କରୁଛି ତା’ ସ୍ଥାନ ଏ ପୃଥିବୀରେ ନାହିଁ । ନିରୀହ ଲୋକଙ୍କ ଜୀବନ ଛଡାଇ ନେଇଥିବା ଆତଙ୍କୀଙ୍କୁ ତୁରନ୍ତ ହତ୍ୟା କରାଯାଉ। ଆତଙ୍କବାଦୀଙ୍କର କିଛି ଧର୍ମ ନାହିଁ । ନିନ୍ଦା କରିବାକୁ ଭାଷା ନାହିଁ । ସେମାନଙ୍କୁ ଖୋଜି ଖୋଜି ଗୁଳି କରାଯାଉ। ସର୍ଜିକାଲ ଷ୍ଟ୍ରାଇକ ହେଉ ଅବା ଯୁଦ୍ଧ ଘୋଷଣା। ଆମକୁ ଏହାର ଦୃଢ଼ ପ୍ରତିକାର ଦରକାର । ଏଭଳି କିଛି ପୂରା ଦେଶବାସୀ ଦାବି କରୁଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)