ପାକିସ୍ତାନ ପୋଲିସ୍ ଚଲାଉଛି ଗୁପ୍ତଚର ଏଜେନ୍ସି
ଖୋଲୁଛି ପାକିସ୍ତାନୀ ଗୁପ୍ତଚର ରାକେଟର ଗୁମର। ଗୁପ୍ତଚରୀ କାମରେ ରହୁଛି ପୋଲିସ୍ ବାବୁଙ୍କ ଲିଙ୍କ୍ । ଭାରତରୁ ଯାଉଥିବା ଗୁପ୍ତଚରୀଙ୍କୁ ମିଳୁଛି ଲାହୋରରେ ଟ୍ରିଟମେଣ୍ଟ । ନିକଟରେ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବୀ YouTuber ଜସବୀର ସିଂହ ଖୋଲିଛନ୍ତି ପାକିସ୍ତାନର ଗୁମର। ପାକିସ୍ତାନର ସକ୍ରୀୟ ଗୁପ୍ତଚର ରାକେଟରେ ଜଣେ ପୂର୍ବତନ ପାକିସ୍ତାନୀ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସେ ପ୍ରକାଶ କରିଛନ୍ତି। ପାକିସ୍ତାନ ପୋଲିସର ପୂର୍ବତନ ସବ-ଇନସ୍ପେକ୍ଟର ନାସିର ଢିଲୋନ୍ ଗୁପ୍ତଚର ରାକେଟର ଜଣେ ମାଷ୍ଟରମାଇଣ୍ଡ ଥିଲେ ବୋଲି ଜସବୀର କହିଛନ୍ତି। ଏହି ନାସିର ହିଁ ଜସବୀରଙ୍କୁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ଅଧିକାରୀମାନଙ୍କ ସହିତ ପରିଚିତ କରାଇଥିବା ଅଭିଯୋଗ ହୋଇଥିଲା। ଏବେ ନିଜେ ଜସବୀର ଗୁପ୍ତଚର ଏଜେନ୍ସି ସହ ନାସୀରଙ୍କ ସଂପୃକ୍ତି ବାବଦରେ ସ୍ୱୀକାର କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)