Advertisment

ଆସିଲା ପହଲଗାମ ଆତଙ୍କୀ ଆକ୍ରମଣର ଆଉ ଏକ ଭିଡିଓ

ଏପରିକି ଭିଡିଓରେ ଜଣେ ପର୍ଯ୍ୟଟକ, ଆତଙ୍କବାଦୀଙ୍କ ଗୁଳି ମାଡ଼ ପରେ ଟଳିପଡୁଥିବାର ଦୃଶ୍ୟ ବି କଏଦ ହୋଇଛି। ଆଉ କିଛି ଗ୍ରାଉଣ୍ଡରେ ଶୋଇ ପଡୁଥିବା ଦେଖିବାକୁ ମିଳିଛି ।

author-image
Santosh Kumar Sahoo

କେମିତି ବୈସରନରେ ଆତଙ୍କ ରଚିଥିଲା ଆତଙ୍କବାଦୀ। ପଏଣ୍ଟ ବ୍ଲାଙ୍କରୁ କେମିତି ପର୍ଯ୍ୟଟକଙ୍କୁ ଗୁଳି କରିଥିଲେ। ସାମନାକୁ ଆସିଲା ଆଉ ଏକ ଲୋମହର୍ଷକ ନୂଆ ଭିଡିଓ। ଜଣେ ପର୍ଯ୍ୟଟକ ଜିପ୍ ଲାଇନ୍ ରାଇଡ୍ କରୁଥିବା ବେଳେ ତାଙ୍କ ସେଲଫି କ୍ୟାମେରାରେ ରେକର୍ଡ ହୋଇଛି ଆତଙ୍କୀଙ୍କ ନରସଂହାରର ପୂରା ଦୃଶ୍ୟ। ତଳେ ଆତଙ୍କୀ ପର୍ଯ୍ୟଟଙ୍କୁ ଆଖିବୁଜା ଗୁଳି ମାରୁଛନ୍ତି। ଜୀବନ ବଞ୍ଚାଇବାକୁ ପର୍ଯ୍ୟଟକମାନେ ଏଣେତେଣେ ଦୌଡୁଛନ୍ତି। କିଏ କୁଆଡ଼େ ଭୟରେ ଦୌଡ଼ୁଥିବା ବେଳେ ଅନ୍ଧାଧୁନ୍ ଗୁଳି ଚଳାଉଛନ୍ତି ଆତଙ୍କବାଦୀ। ଏପରିକି ଭିଡିଓରେ ଜଣେ ପର୍ଯ୍ୟଟକ, ଆତଙ୍କବାଦୀଙ୍କ ଗୁଳି ମାଡ଼ ପରେ ଟଳିପଡୁଥିବାର ଦୃଶ୍ୟ ବି କଏଦ ହୋଇଛି। ଆଉ କିଛି ଗ୍ରାଉଣ୍ଡରେ ଶୋଇ ପଡୁଥିବା ଦେଖିବାକୁ ମିଳିଛି ।

Advertisment
Pahalgam Terrorist Attack Pahalgam Attack
Advertisment
Advertisment