ଗୁଜରାଟରେ ଜଳପ୍ରଳୟ । ଭୟଙ୍କର ସ୍ଥିତି, ଯୁଆଡ଼େ ଚାହିଁବେ ପାଣି ଆଉ ପାଣି । ବୁଡ଼ି ଯାଇଛି ରାସ୍ତାଘାଟ। ଉବୁଟୁବୁ ଗାଁଠୁ ସହର । ହଜାର ହଜାର ଲୋକ ଜଳବନ୍ଦୀ । ଗତ ୩/୪ ଦିନର ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ଅଧାରୁ ଅଧିକ ଗୁଜରାଟ । ଭଦୋଦରାର ଯେଉଁ ରାଜରାସ୍ତାରେ ଦୈନିକ ଲକ୍ଷ ଲକ୍ଷ ଯାନବାହନ ଛୁଟେ, ସେଇଠି ଏବେ ଜଳପ୍ରଳୟର ଭୟଙ୍କର ଦୃଶ୍ୟ । ଗତ ଦୁଇ ଦଶନ୍ଧି ଭିତରେ ନା କେହି ଏମିତି ଦେଖିଥିଲେ, ନା କେହି କେବେ ଭାବିଥିଲେ ଏଭଳି ଭାସିବ ଭଦୋଦରା ।
Published By: Satyendu Shekher Mishra
Last updated: 29 August 2024, 10:44 PM IST
ତିରୁମାଲା ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ। ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ବିଫ୍ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପିର ଅଭିଯୋଗ।